ପୁରୁଷୋତ୍ତମପୁର ସହରରେ ନୂତନ ଏସଡ଼ିପିଓ କୋଠା ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁରରେ ଲୋକାର୍ପିତ ହୋଇ ସାରିଛି ଉପଖଣ୍ଡ ସ୍ତରୀୟ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ । ପୁରୁଷୋତ୍ତମପୁରଠାରେ ଏସଡ଼ିପିଓଙ୍କ ନୂତନ କୋଠକୁ ଭର୍ଚୁଆଲ ମାଧ୍ଯମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରଜନୀକାନ୍ତ ସାମଲଙ୍କ ପୌରହିତ୍ୟରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଛତ୍ରପୁର ଅତିରିକ୍ତ ଏସପି ରଞ୍ଜିତ କୁମାର ପୃଷ୍ଟି, ସମ୍ମାନିତ ଅତିଥି ଭାବେ ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼, ପୁରୁଷୋତ୍ତମପୁର ବ୍ଲକ ଅଧକ୍ଷା ପିଙ୍କି ବେହେରା, ଓ ୫ ଗୋଟି ଥାନା ଯଥା ପୁରୁଷୋତ୍ତମପୁରର ଆଇଆଇସି ବିପିନ କୁମାର ହୋତା, ପୋଲସରାର ଥାନାଧିକାରୀ କୌଶିକ ମାଝୀ, କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ବେଗୁନିଆପଡା ଥାନା ଅଧିକାରୀ ଅଶୋକ କୁମାର ଲାନ୍ସଜାଙ୍କ ସହିତ ପୁରୁଷୋତ୍ତମପୁର ଜେଏମଏଫସି କୋର୍ଟର ସରକାରୀ ଆଇନଜୀବୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ବାର ଆସୋସିଏସନର ସମ୍ପାଦକ ସିମାଞ୍ଚଳ ମିଶ୍ର, ସ୍ୱରାଜ୍ୟ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ଗୌଡ଼ଙ୍କ ସହ ବହୁ ଆଇନଜୀବୀ ଓ ସାମ୍ବାଦିକ ଉପସ୍ଥିତ ଥିଲେ | ଏହାସହ ପୁରୁଷୋତ୍ତମପୁର ଥାନା ଓ ଏସ୍ଡ଼ିପିଓ ଅଫିସିର ସେକେଣ୍ଡ ଅଫିସର, ଏଏସଆଇ ଏବଂ ଷ୍ଟାଫ ମାନେ ଉପସ୍ଥିତ ଥିଲେ | ଏହି କୋଠା ଏକ କୋଟି ଛ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି । ଏହାଦ୍ୱାରା ଏସଡ଼ି ପିଓ ଅଫିସିର ନିଜସ୍ୱ କୋଠା ନଥିବାରୁ ପୁରୁଷୋତ୍ତମପୁର ଥାନା ପରିସରର ଏକ କୋଠାରେ କାର୍ଯ୍ୟ ହେଉଥିଲା | କିନ୍ତୁ ଏବେ ନିଜସ୍ୱ କୋଠା ହୋଇ ଥିବାରୁ ଏସଡ଼ିପିଓ ଏବଂ ଷ୍ଟାଫଙ୍କ ସହ ଜନ ସାଧାରଣ ଓକିଲମାନେ ଉପକୃତ ହୋଇ ପାରିବେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.