ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ପାଖରେ ଗତ ସନ୍ଧ୍ୟା ସମୟରେ ୨ ବାଇକ ଦୂର୍ଘଟଣା ହେବା ଫଳରେ ବାପା ପୁଅ ଗୁରୁତର ଆହତ ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳକୁ ପହଂଚି ଦୁର୍ଘଟଣାଗ୍ରସ୍ତ ବାଇକ କୁ ଜବତ କରିବା ସହ ଗୁରୁତର ବ୍ୟକ୍ତିଙ୍କୁ ବଲାଙ୍ଗୀର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି l ଏଥିରେ ଆହତ ଦ୍ୱୟ ହେଲେ ବାପା ଅଭୟ ପରାଭୂଏ (୬୨) ପୁଅ ପୂର୍ଣ୍ଣଚନ୍ଦ୍ର ପରାଭୁଏ (୨୫) କରମତଲା ପଞ୍ଚାୟତ ରେଙ୍ଗାଲବାହାଲ ଗାଁର ବୋଲି ଜଣାପଡିଛି l ପ୍ରକାଶ ଯେ, ଗତ ସନ୍ଧ୍ୟାରେ ୮ ଘଣ୍ଟା ସମୟରେ ସଇଁତଲା ସହରର ଜୈନିକ ଅଣଓଡିଆ ବ୍ୟବସାୟୀ ନିଜ ବାଇକ ଯୋଗେ କିରାନା ସାମଗ୍ରୀ ଧରି ୨୬ ନଂ ଜାତୀୟ ରାଜପଥ ରାସ୍ତା କଡ଼କୁ ବାହାରୁଥିବା ସମୟରେ ବଲାଙ୍ଗୀର ପଟୁ ଦୁହେଁ ବାପା ପୁଅ ନିଜ ବାଇକ ଯୋଗେ ନିଜ ଗାଁ କୁ ଫେରୁଥିଲେ l ଏହି ସମୟରେ ବାପା ପୁଅ ଙ୍କୁ ଧକ୍କା ଦେଇ ବ୍ୟବସାୟୀ ଜଣକ ଘଟଣାସ୍ଥଳରୁ ଫେରାର ମାରିଥିଲେ ବୋଲି କିଛି ପ୍ରତ୍ୟେକ୍ଷ ଦର୍ଶୀ ପ୍ରକାଶ କରିଥିଲେ l ଫଳରେ ଦୁହେଁ ବାପପୁଅ ରାସ୍ତାକଡ଼ରେ ପଡିଥିବା ବେଳେ ଖବର ପାଇଁ ସ୍ଥାନୀୟ ବଜରଙ୍ଗ ଦଳର ଯୁବରାଜ ନାଏକ, ମୁନୁ ପଟେଲ, ରାକେଶ ସାହୁ ଓ ଦେବେନ୍ଦ୍ର ରଣା ପ୍ରମୁଖ ଉଦ୍ଧାର କରି ସଇଁତଲା ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ l ସେଠାରେ ଡାକ୍ତର ପୂର୍ଣ୍ଣ ଙ୍କୁ ଛାତିରେ ଆଘାତ ଲାଗିବା ସହ ବଲାଙ୍ଗୀର ମେଡିକାଲ ଙ୍କୁ ସ୍ଥାନାନ୍ତରିତ କରିଥିଲେ l ଏ ନେଇ ଥାନା ସେକେଣ୍ଡ ଅଫିସର ଆଲୋକ ପ୍ରସାଦ ଭୋଇ ଓ ଟାଉନ ହାବିଲଦାର ଭୁବନେଶ୍ୱର ଭୋଇ ପହଂଚି ଦୁର୍ଘଟଣା ବାଇକ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି l ଏଣୁ ଆହତ ଗରିବ ପରିବାର ଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ପାଇଁ ବଜରଙ୍ଗ ଦଳ ତରଫରୁ ଦାବୀ କରିଛନ୍ତି l





