ଓଡ଼ିଆ ବାର୍ତ୍ତା/ ଭୁବନେଶ୍ଵର: ସୌଦାମିନୀ ପତ୍ରିକାରେ ପ୍ରକାଶିତ ପିତା ମାତାଙ୍କ ଛାୟା ଲେଖା ପାଇଁ ରବିନାରାୟଣ ପଟ୍ଟନାୟକଙ୍କୁ ସାରସ୍ବତ ସମ୍ମାନରେ ସମ୍ମାନିତ କରାଯାଇଛି। ଉଚ୍ଚକୋଟୀର ଲେଖା ସାଙ୍ଗକୁ ଏଥିରେ ଥିବା ବାପା ମାଙ୍କ ବିଷୟରେ ଲେଖାକୁ ସବୁ ଆଡ଼ୁ ପ୍ରଶଂସା କରାଯାଇଥିଲା। ତେଣୁ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି। ଆଗରୁ ମଧ୍ୟ ତାଙ୍କୁ ନିଜର ଶାଣିତ ଲେଖା ଓ ସମାଜସେବା ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନୀତ କରାଯାଇଛି। ଦୈନିକ ଖବକାଗଜରେ ମଧ୍ୟ ସ୍ତମ୍ବ ଲେଖିବା ପାଇଁ ମଧ୍ୟ ବେଶ୍ ପ୍ରଶଂସା ପାଇଛନ୍ତି। ଶ୍ରୀ ପଟ୍ଟନାୟକ ସାରସ୍ବତ ସମ୍ମାନ ସମ୍ମାନିତ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ବର୍ତମାନ ଉଚ୍ଚପଦବିରେ କାର୍ଯ୍ୟରତ ଶ୍ରୀ ପଟ୍ଟନାୟକ ଲେଖା ଛଡ଼ା ସମାଜସେବା ମାଧ୍ୟମରେ ମଧ୍ୟ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୧୦ ଥରରୁ ଅଧିକ ରକ୍ତଦାନ କରିସାରିଲେଣି। ଏହି ସମ୍ମାନ ପାଇବା ପରେ ତାଙ୍କୁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।