ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳନ ସମାରୋହ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପୋଷଣ ପକ୍ଷ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପାଳନ ସମାରୋହ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପୋଷକ ତତ୍ତ୍ୱ ପୂର୍ଣ୍ଣ ଖାଦ୍ୟ ଶ୍ରୀଅର୍ଣ୍ଣ ମାଣ୍ଡିଆକୁ ଯୁଗୋପଯୋଗୀ ଖାଦ୍ୟ ପ୍ରସ୍ତୁତ କରି ସମସ୍ତେ ନିଜ ନିଜର ଖାଦ୍ୟ ପେୟରେ ସାମିଲ କରିବାକୁ ଗୁରୁତ୍ୱାରୋପ କରିଥିଲେ। ଆମ ନିଜ ନିଜର ବାଡ଼ି ବଗିଚାରେ ତଥା ପାରିପାର୍ଶ୍ଵର ମିଳୁଥିବା ପୋଷକ ଯୁକ୍ତ ପନିପରିବା ପ୍ରଭୁତିର ବିଶେଷ ବ୍ୟବହାର ସାଙ୍ଗକୁ ଶିଶୁଙ୍କ ଖାଦ୍ୟ ପେୟରେ ନିୟମିତ ଖୁଆଇବା ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଅନୁଷ୍ଠିତ ସମାରୋହରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ଼ ବିଭୁତି ଭୂଷଣ ମିଶ୍ର, ମିଲେଟ ମିଶନ ଜିଲ୍ଲା ଅଧିକାରୀ ବିଭୁତି ଭୂଷଣ ମେହେର, ମିଶନଶକ୍ତି ଡିପିସି ବିଶ୍ୱଜିତ ପରିଡା, ଏଲପିଓ – ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କେଶବ ଚନ୍ଦ୍ର ମେହେର ପ୍ରମୁଖ ଯୋଗଦେଇ ଦେଇଥିଲେ। ଶ୍ରୀଅର୍ଣ୍ଣ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ଶିଶୁ ଏବଂ ଗର୍ଭବତୀ ମା ମାନଙ୍କର ଶାରୀରିକ ଓ ମାନସିକ ବିକାଶରେ ବିଶେଷ ସହାୟକ ହେଉଥିବା ଅତିଥି ବୃନ୍ଦ ମତବ୍ୟକ୍ତ କରିଥିବାବେଳେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟକୁ ଜ଼ିଲ୍ଲାର ପ୍ରତ୍ୟକ ସ୍ତରରେ ବ୍ୟବହାର କରିବାପାଇଁ ଅନୁରୋଧ କରି ମାଣ୍ଡିଆ ଚାଷକୁ ଜ଼ିଲ୍ଲାରେ ଯେପରି ଆଗକୁ ନିଆଯାଇ ପାରିବ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପୋଷକତତ୍ଵ ସମିଳିତ ମିଲେଟ (ମାଣ୍ଡିଆ ) ଜାତୀୟ ପଦାର୍ଥ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ବିଭିନ୍ନପ୍ରକାର ଖାଦ୍ୟ ପସରାର ପ୍ରଦର୍ଶନୀ ଜିଲ୍ଲାର ୬ ଟି ବ୍ଲକ ର ଶିଶୁଵିକାଶ ପ୍ରକଳ୍ପ ଅଧୀନରେ ଥିବା ଅଙ୍ଗନୱାଡି କର୍ମୀ, ସହକର୍ମୀ ତଥା ମାଁଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା। ଏହି ଚାଷ ପ୍ରତି ଅଧିକରୁ ଅଧିକ ଚାଷୀ ଯେପରି ଏହି ଚାଷ ପ୍ରତି ଆଗ୍ରହ ରଖିବେ ସେଥିପାଇଁ ଗ୍ରାମାଞ୍ଚଳରେ ଥିବା କୃଷି ଆଧିକାରୀ, ଆଶା ଓ ଅଙ୍ଗନବାଡି କର୍ମୀ ଜନସାଧାରଣଙ୍କୁ ସଚେତନତା କରାଇବାକୁ ଅତିଥିବୃନ୍ଦ ପରାମର୍ଶ ଦେଇଛନ୍ତି |ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁପମା ପଣ୍ଡା କାର୍ଯ୍ୟକ୍ରମରେ ପୌରାହିତ୍ୟ କରି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ବିଭଗୀୟ କାର୍ଯ୍ୟକ୍ରମ ଅଧିକାରୀ ଅନିତା ଗୁରୁ ପୋଷଣ ପକ୍ଷ ପାଳନ ର ଆଭିମୁଖ୍ୟ ଓ ଉପାଦେୟତା ଉପରେ ଆଲୋକପାତ କରିଥିଲେ। ସିଡିପିଓ ଉଲୁଣ୍ଡା ମନୋରମା ମିଶ୍ର କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପାଳନ ସମାରୋହରେ ପୋଷଣ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସଂଜୀବ କୁମାର ମିଶ୍ର, ସମସ୍ତ ସିଡିପିଓ, ମହିଳା ସୁପରଭାଇଜର, ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.