ଖୁବ ଶୀଘ୍ର ବାଙ୍ଗାଲୋର କ୍ୟାମ୍ପରେ ଯୋଗ ଦେବେ ବିରାଟ

ଓଡ଼ିଆ ବାର୍ତ୍ତା/ ବାଙ୍ଗାଲୋର: ବିରାଟ କୋହଲି ଆଇପିଏଲରେ ଖେଳିବେ କି ନାହିଁ ପ୍ରଶଂସକଙ୍କ ମଧ୍ୟରେ ସଂଶୟ ସୃଷ୍ଟି ହୋଇଥିଲା । ଏବେ ସେ ଖୁବ ଶୀଘ୍ର ବାଙ୍ଗାଲୋର କ୍ୟାମ୍ପରେ ଯୋଗ ଦେବେ ବୋଲି ଜଣାପଡିଛି । ଯାହାକି ପ୍ରଶଂସକଙ୍କ ମନରେ ଆନନ୍ଦର ଲହରୀ ଖେଳାଇ ଦେଇଛି । କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ମାଆ ହୋଇଛି । ପୁଅ ଅକାୟଙ୍କୁ ନେଇ କୋହଲି ବେଶ ଖୁସି ଅଛନ୍ତି । କୋହଲି ଏଥିପାଇଁ ଇଂଲଣ୍ଡ ଯାଇଥିଲେ । ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଖେଳି ପାରି ନ ଥିଲେ । କୋହଲି ଏବେ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି ଏବଂ ଖୁବ ଶୀଘ୍ର ଟିମ କ୍ୟାମ୍ପରେ ଯୋଗ ଦେବେ । ଆଇପିଏଲର ୧୭ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । କୋହଲି ଟି୨୦ ବିଶ୍ୱକପ ପାଇଁ ନିଜ ସ୍ଥିତି ମଜଭୁତ କରିବା ପାଇଁ ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିବାକୁ ପଡିବ । କୋହଲି ୧୧୭ ମ୍ୟାଚରେ ଗୋଟିଏ ଶତକ ଓ ୩୭ ଅର୍ଦ୍ଧଶତକ ସହ ୪୦୩୭ ରନ କରିଛନ୍ତି । ସୂଚନାଯୋଗ୍ୟ, ରୋହିତ ଶର୍ମା ଟିମର ଅଧିନାୟକ ହେବା ଚୂଡାନ୍ତ ହୋଇଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.