ଋତୁରାଜ ବସନ୍ତର ଗାଥା

ଫାଲ୍ଗୁନୀ (ଉତ୍ତରାଫାଲ୍ଗୁନୀ ବା ପୂର୍ବଫାଲ୍ଗୁନୀ) ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସକୁ ଫାଲ୍ଗୁନ ବା ଫଗୁଣ କୁହାଯାଏ। ଏହାର ପୂର୍ବବର୍ତ୍ତୀ ମାସ ମାଘ ଓ ପରବର୍ତ୍ତୀ ମାସ ଚୈତ୍ର। ଫାଲ୍ଗୁନ ଓ ଏହାର ପରବର୍ତ୍ତୀ ମାସ ଚୈତ୍ର ମିଶି ବସନ୍ତ ଋତୁ ହୋଇଥାନ୍ତି। ଏହା ଓଡ଼ିଆ ହିନ୍ଦୁମାନଙ୍କର ଏକାଦଶ ଚାନ୍ଦ୍ରମାନ ମାସ ଅଟେ। କୁହାଯାଏ ବସନ୍ତ ପଞ୍ଚମୀରେ ବସନ୍ତ ଋତୁର ଆରମ୍ଭ ହୋଇଥାଏ। ବସନ୍ତକୁ ଋତୁ ମାନଙ୍କର ରାଜା କୁହାଯାଏ। ଓଡ଼ିଶାର ଏକ ଅନନ୍ୟ ପରମ୍ପରା ହେଉଛି ‘ବସନ୍ତରା।’ ପଣା ସଂକ୍ରାନ୍ତି ଠାରୁ ଏକ ମାସ ପର୍ଯ୍ୟନ୍ତ ତୁଳସୀ ଗଛ ଓ ଦେବ ମୂର୍ତ୍ତି ଉପରେ ମାଟି ନିର୍ମିତ ହାଣ୍ଡିରୁ କ୍ଷୀଣ ଧାରରେ ଯେଉଁ ପାଣି ଦିଆଯାଏ ତାହାକୁ କୁହାଯାଏ ବସନ୍ତରା। ବସନ୍ତର ସମୟ ଉତ୍ସବର ସମୟ। ଓଡ଼ିଶାରେ ବସନ୍ତ ଉତ୍ସବକୁ ତିନିଟି ମୁଖ୍ୟ ପର୍ବ ରହିଥାଏ ଯଥା: ମଦନପୂଜା, ଦୋଳଯାତ୍ରା ଓ ହୋଲି।

ଭଗବାନ୍ ଶ୍ରୀକୃଷ୍ଣ ‘ଶ୍ରୀମଦ୍‌ଭଗବଦ୍‌ଗୀତା’ର ଦଶମ ଅଧ୍ୟାୟ, ‘ବିଭୂତିଯୋଗ’ରେ କହିଛନ୍ତି- ମୁଁ ଋତୁମାନଙ୍କ ମଧ୍ୟରେ କୁସୁମାକର ବା ବସନ୍ତ। ଏହି ଋତୁର ଅନ୍ୟନାମ ମଧ୍ୟ ‘ମଧୁଋତୁ’ ଓ ‘ମାଧବଋତୁ’। କାରଣ, ବସନ୍ତଋତୁ ଯେଉଁ ଦୁଇମାସ- ଫାଲଗୁନ ଓ ଚୈତ୍ରକୁ ନେଇ ହୋଇଛି, ତାହାର ଅନ୍ୟ ନାମ ‘ମଧୁମାସ’ ଓ ‘ମାଧବମାସ’। ଏହା ଏକ ବୈଦିକ ଭାବଧାରା। ‘ଅଥର୍ବ ବେଦ’ର ‘ପୃଥ୍ୱୀସୂକ୍ତ’ରେ ଆମ ଦେଶ ଭାରତବର୍ଷରେ ଅନୁଭୂତ ଛଅଋତୁର ବର୍ଣ୍ଣନା ମିଳେ। ସେହି ଛଅଋତୁଙ୍କୁ ସେଥିରେ ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶିଶିର ଓ ବସନ୍ତ ନାମ ଦିଆଯାଇଛି। ‘ଶୁକ୍ଳ ଯଜୁର୍ବେଦ’ର ‘ମାଧ୍ୟନ୍ଦନ ସଂହିତା’ରେ କିଂଚିତ୍ ଭିନ୍ନ ଭାବରେ ଏହି ଋତୁମାନଙ୍କର ବର୍ଣ୍ଣନା ଅଛି। ତାହା ଅନୁସାରେ- ଶୁକ୍ର ଓ ଶୁଚି ଦୁଇମାସ ହେଉଛି ଗ୍ରୀଷ୍ମଋତୁ। ସେହିପରି, ନଭଃ ଓ ନଭସ୍ୟ ଦୁଇମାସ ବର୍ଷା, ଈଶ ଓ ଉର୍ଜା ଦୁଇମାସ ଶରତ, ସହ ଓ ସହସ୍ୟ ଦୁଇମାସ ହେମନ୍ତ, ତପଃ ଓ ତପସ୍ୟ ଦୁଇ ମାସ ଶୀତ ଏବଂ ମଧୁ ଓ ମାଧବ ଦୁଇମାସ ବସନ୍ତ ଋତୁ। ବସନ୍ତ ଋତୁର ଏହି ‘ମଧୁ’ ଓ ‘ମାଧବ’ ଦୁଇମାସ ସହିତ ‘ମହୁ’ ଓ ‘ଫୁଲ’ର ସଂପର୍କ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି- ଆମର ପାରମ୍ପରିକ ବିଶ୍ୱାସରେ ଏସବୁର ସ୍ରଷ୍ଟା ସେହି ପରମ ସତ୍ୟ- ପରମାତ୍ମା ପରଂବ୍ରହ୍ମ। କାରଣ ‘ଋତୁ’ ଶବ୍ଦର ସୃଷ୍ଟି ସଂସ୍କୃତ ‘ଋତମ୍‌’ରୁ ଏବଂ ‘ଋତମ୍‌’ର ଅର୍ଥ ସତ୍ୟ। ଏହା ହେଉଛି ସେହି ସତ୍ୟ- ଯାହାର ନିର୍ଦ୍ଦେଶରେ ଏହି ସଚରାଚର ଜଗତ ନିୟନ୍ତ୍ରିତ ହେଉଛି। ଭାରତୀୟ ସାହିତ୍ୟରେ ବସନ୍ତକୁ ନେଇ ଅସଂଖ୍ୟ କାବ୍ୟ କବିତା ରଚିତ ହୋଇଛି। 

Omkar Vasthu
Omkar Vasthu

ବସନ୍ତଋତୁରେ ଯେଉଁ ସୁବାସିତ ଓ ଶୀତଳ ପବନ ବହେ- ତାହା ମଳୟଗିରିରୁ ଚନ୍ଦନର ସୁବାସ ଓ ଶୀତଳତା ନେଇ ବହିଥାଏ।ମଳୟ ପବନର ନାଆଁ ଆସିଛି ‘ମଳୟଗିରି’ରୁ। ‘ମଳୟ’ ନାମକ ଏହି ପର୍ବତ ‘ସପ୍ତ କୁଳାଚଳ’ ବା ସାତଟି କୁଳପର୍ବତଙ୍କର ଅନ୍ତର୍ଭୁକ୍ତ। ଏହି ସାତ କୁଳପର୍ବତ ପୁରାଣପ୍ରସିଦ୍ଧ। ‘ଶ୍ରୀମଦ୍ଭାଗବତ’ରେ ଥିବା ବର୍ଣ୍ଣନା ଅନୁସାରେ- ମଳୟ ପର୍ବତ ଚନ୍ଦନ ବୃକ୍ଷରେ ପରିପୂର୍ଣ୍ଣ। ସେହି ପର୍ବତରୁ ସବୁବେଳେ ଚନ୍ଦନର ସୁବାସ ଚହଟୁଥାଏ। ତେଣୁ ତାହାର ଅନ୍ୟନାମ ‘ଚନ୍ଦନାଦ୍ରି’। ସେଥିପାଇଁ ମଳୟପର୍ବତ ଭଗବାନ ବିଷ୍ଣୁଙ୍କର ଖୁବ୍ ପ୍ରିୟ। ସେଠାରେ ମଧ୍ୟ ମନୁ ଓ ଅଗସ୍ତି ମୁନି ତପସ୍ୟା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.