ସରକାରୀ ଶିକ୍ଷକ ସୁବନ୍ ଶବରଙ୍କ ଦାଦାଗିରି !

ମଦ ପିଇ ସଭାରେ ବିଜେଡି ନେତାଙ୍କୁ ଗାଳିଗୁଲଜ ସହିତ ମାରପିଟ୍, ଥାନାରେ ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଶିକ୍ଷକଙ୍କୁ ପଥ ପ୍ରଦର୍ଶକ ବୋଲି କୁହାଯାଇଥାଏ। ସମାଜକୁ ନୂତନ ଦିଗଦର୍ଶନ ଦେଉଥିବାରୁ ଶିକ୍ଷକ ସମ୍ମାନର ପାତ୍ର ହୋଇଥାନ୍ତି। କିନ୍ତୁ ବର୍ତ୍ତମାନର ସମୟରେ କେତେକ ମଦ୍ୟପ ଶିକ୍ଷକଙ୍କ ପାଇଁ ସାରା ଶିକ୍ଷକ ସମାଜ ବଦନାମ ହେଉଛି। ଏପରି ଏକ ଚିତ୍ର ଆସି ପହଞ୍ଚିଛି କେସିଙ୍ଗା ଥାନା ଅଞ୍ଚଳରୁ। ଦେଓଗାଁ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷକ ସୁବନ୍ ଶବର ଆକଣ୍ଠ ମଦ୍ୟପାନ କରି ଆତଙ୍କ ସୃଷ୍ଟି କରିଥିବା କଥା ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ହେଉଛି। ସୁବନ୍ ଶବର ପୂର୍ବରୁ ଅନେକ ଥର ନିଶାସକ୍ତ ହୋଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଛନ୍ତି ଯାହା ଗାଁ ମଧ୍ୟରେ ସୀମିତ ହୋଇ ରହି ଯାଉଥିଲା। କିନ୍ତୁ ଏବେ କଥା ଥାନା ପର୍ଯ୍ୟନ୍ତ ଯାଇଥିବାରୁ ଦେଓଗାଁ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। 

Omkar Vasthu
Omkar Vasthu

ପ୍ରାପ୍ତ ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଦେଓଗାଁ ଠାରେ ଏକ ରାଜନୈତିକ ସଭା ଆୟୋଜିତ ହୋଇଥିଲା। ଭବାନୀପାଟଣା ସଦର ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳର ଆଶାୟୀ ପ୍ରାର୍ଥୀ ତଥା ବିଜେଡିର ଉଦୀୟମାନ ଯୁବ ନେତୃତ୍ବ ମଣ୍ଟୁ ନାଏକ ଏହି ସଭାରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ବିବରଣୀ ପ୍ରଦାନ କରୁଥିଲେ। ସଭାରେ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ଏହି ସମୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟାଙ୍କ ସ୍ଵାମୀ ତଥା ଦେଓଗାଁ ହାଇସ୍କୁଲର ସରକାରୀ ଶିକ୍ଷକ ସୁବନ୍ ଶବର ନିଜର ଚାରି ପାଞ୍ଚ ଜଣ ଅନୁଗତ ମାନଙ୍କ ସହ ସଭା ସ୍ଥଳକୁ ଆସି ଗଣ୍ଡଗୋଳ କରିଥିଲେ। କଥା ସେତିକିରେ ସୀମିତ ହୋଇ ରହିନଥିଲା। ଶ୍ରୀ ଶବର ଓ ତାଙ୍କ ସହଚରମାନେ ଜନସାଧାରଣଙ୍କ ସମେତ ନେତା ମାନଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶିକ୍ଷକ ସୁବନ୍ ଶବର ଓ ତାଙ୍କର ଅନୁଗତମାନେ ସମସ୍ତେ ମଦ୍ୟପାନ କରିଥିବା ସଭାରେ ଉପସ୍ଥିତ ଥିବା ଲୋକେ ମତ ପ୍ରକାଶ କରିଛନ୍ତି। ତେବେ ସୋମବାର ଦିନ ଉଭୟ ପକ୍ଷ କେସିଙ୍ଗା ଆଦର୍ଶ ଥାନାରେ ଉପସ୍ଥିତ ଥିଲେ। ଥାନା ଅଧିକାରୀଙ୍କ ଉପସ୍ଥିତିରେ ଶିକ୍ଷକ ଶ୍ରୀ ଶବର କ୍ଷମା ପ୍ରାର୍ଥନା କରି ଭବିଷ୍ୟତରେ ଆଉ କେବେ ଏପରି ଅଶୋଭନୀୟ କାମ କରିବି ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.