ନିର୍ବାଚନ ପାଇଁ ଖରିଆର ରୋଡ ପୋଲିସର ଫ୍ଲାଗ ମାର୍ଚ୍ଚ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ଖରିଆର ରୋଡ ପୋଲିସ ପକ୍ଷରୁ ସୋମବାର ସାନ୍ଧ୍ୟରେ ନିର୍ବାଚନ ପାଇଁ ଫ୍ଲାଗ ମାର୍ଚ୍ଚ କରାଯାଇଛି | ନିର୍ବାଚନୀ ଆଚାରଣ ଵିଧି ଲାଗୁ ହେବା ପରେ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ସହିତ ସାଧାରଣ ଜନତାଙ୍କ ଧନ ଜୀବନ ସୁରକ୍ଷା ପାଇଁ ଫ୍ଲାଗ ମାର୍ଚ୍ଚ ହୋଇଅଛି | ଏହା ସହିତ ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା ନିମନ୍ତେ ଏହା ହୋଇଅଛି | ନୂଆପଡା ଆରକ୍ଷୀ ଅଧିକ୍ଷକ ଜି . ଆର ରାଘବେନ୍ଦ୍ରଙ୍କ ନିର୍ଦେଶ କ୍ରମେ ଏସ ଡ଼ି ପି ଓ ଅମ୍ରିତପାଲ ସିଂ, ଆସିଷ୍ଟାଣ୍ଟ କମେଣ୍ଡେଣ୍ଟ ସୁନୀଲ କୁମାର ପଟେଲ, ଖରିଆର ରୋଡ ଆଇ ଆଇ ସି ଗୁରୁଦେବ କର୍ମୀ, ସି ଆର ପି ଏଫ ଫୋର୍ସ, ଡ଼ି ଭି ଏଫ ଫୋର୍ସ ଏବଂ ଖରିଆର ରୋଡର ସମସ୍ତ ଥାନା ଅଧିକାରୀ ଓ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.