ସହରରେ ଶାନ୍ତି ଶୃଙ୍ଖଳା ଜାରି ରଖିବାକୁ ଜିଲ୍ଲା ପୋଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋମବାର ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ସହର ସାରା ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ସଧାରଣ ଜନତାଙ୍କ ଧନ ଜୀବନ ସୁରକ୍ଷା ପାଇଁ ଏବଂ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା ନିମନ୍ତେ ଆଜି ସୁବର୍ଣ୍ଣପୁର ଏସପି ୟଶ ପ୍ରତାପ ଶ୍ରୀମାଲଙ୍କ ନିର୍ଦେଶରେ ସହରରେ ୫ ପ୍ଲାଟୁନ ପୋଲିସ୍ ଫୋର୍ସକୁ ନେଇ ଏଇ ଫ୍ଲାଗ ମାର୍ଚ୍ଚ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଡିଏସପି ପ୍ରତାପ ରଣା ଓ ଚନ୍ଦ୍ର ଶେଖର ଶବରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବା ବେଳେ ସଦର ଥାନା ଭlରପ୍ରାପ୍ତ ଅଧିକାରୀ ଲୋକନାଥ ସାହୁ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.