ଜିଲ୍ଲା ମେହେର ସମାଜ ବାର୍ଷିକ ସମାବେଶ ଓ କବି ଗଙ୍ଗାଧରଙ୍କ ଶ୍ରାଦ୍ଧ ଶତ ବାର୍ଷିକ ପାଳନ
ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ମେହେର(ଭୁଲିଆ) ସମାଜର ୪୨ତମ ଜିଲ୍ଲା ସ୍ତରୀୟ ବାର୍ଷିକ ସମାବେଶ ଓ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତ ବାର୍ଷିକ ସମାରୋହ ତୁକଲା ଠାରେ ଅନୁଷ୍ଠିତ ହୋଇଛି l ଜିଲ୍ଲାର ବିଭିନ୍ନ ଗ୍ରାମ୍ଯ ସମାଜର କର୍ମକର୍ତ୍ତା ଓ ସଦସ୍ଯଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ଯକ୍ରମରେ ନୂଆପଡ଼ା ଜିଲ୍ଲା ସଭାପତି ବୈଶମ୍ପାୟନ ମେହେର ଅଧ୍ଯକ୍ଷତା କରିଥିଲେ l ପ୍ରାରମ୍ଭରେ ପ୍ରଭୁ ଜଗନ୍ନାଥ ଓ କବି ଗଙ୍ଗାଧରଙ୍କ ଫଟୋଚିତ୍ରରେ ମାଲ୍ଯାର୍ପଣ ପରେ ସମାବେଶର ଉଦଘାଟନ କରାଯାଇଥଲା ା ଏହା ପରେ ଜିଲ୍ଲା ସମାଜର ପୂର୍ବତନ ସଭାପତି ସ୍ୱର୍ଗତ ଦେବୀଚରଣ ମେହେରଙ୍କ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ା କାର୍ଯ୍ଯକ୍ରମରେ ସମାଜ ଉପଦେଷ୍ଟା ପୂର୍ଣ୍ଣଚଂଦ୍ର ମେହେର, ରାହାସ ବିହାରୀ ମେହେର, ଉପସଭାପତି ହରିହର ମେହେର, ତ୍ରିଲୋଚନ ମେହେର, ରତ୍ନାକର ମେହେର, ରାଜ୍ଯ ସଂପାଦକ ନବୀନଚଂଦ୍ର ମେହେର, ଜିଲ୍ଲା ସାଧାରଣ ସଂପାଦକ ସୁରେଶ୍ୱର ମେହେର, ସଂପାଦକ ରୂପେଶ ଚଂଦ୍ର ମେହେର, ଝର ମେହେର, ରାମେଶ୍ୱର ମେହେର, ବିଜୟା ମେହେର, ଜିଲ୍ଲା ଯୁବ ସଭାପତି ଆଲୋକ ମେହେର, ତୁକଲା ଗ୍ରାମ୍ଯ କମିଟି ସଭାପତି ଲିଙ୍ଗରାଜ ମେହେର, ସଂପାଦକ ଦେବୀ ଚରଣ ମେହେର, ସହ ସଂପାଦକ ହୀରାଧର ମେହେର ମଂଚାସିନ ଥିଲେ l ପ୍ରତିଟି ବ୍ଯକ୍ତି ସକରାତ୍ମକ ବିଚାର ରଖିଲେ ସମାଜର ସାମୁହିକ ବିକାଶ ଘଟିବ ବୋଲି ଏ ଅବସରରେ ମତ ପ୍ରକାଶ ପାଇବା ସହ ସ୍ବଭାବକବିଙ୍କ ମାନବୀୟ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବକ୍ତାଗଣ ଆହ୍ୱାନ କରିଥିଲେ l ହୀରାଧର ମେହେର ଅତିଥିଙ୍କୁ ମଂଚକୁ ସ୍ୱାଗତ କରିଥିବା ବେଳେ ଲିଙ୍ଗରାଜ ମେହେର ସ୍ୱାଗତ ବକ୍ତବ୍ଯ ଦେଇଥିଲେ ା ଏହା ପରେ ଯୁବ ଲେଖକ ବୈଷ୍ଣବ ମେହେର କବି ଗଙ୍ଗାଧରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ମନ୍ତବ୍ଯ ପ୍ରଦାନ କରିଥିଲେ ା ଏହି ଅବସରରେ ସମାଜସେବୀ ଦୁଲ୍ଲମଣି ମେହେର, ପୂର୍ଣ୍ଣଚଂଦ୍ର ମେହେର, ବୁଣାକାର ଜୟସିଂ ମେହେର, ତୁଳସୀରାମ ମେହେର ଓ ବିଶିଷ୍ଟ ନୃତ୍ଯଶିଳ୍ପୀ ଧର୍ମେଶ ମେହେରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିଭଳି ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ଭର ରଖିଥିବା ନମିତା ମେହେର ଓ ସୌମ୍ଯରଞ୍ଜନ ମେହେରଙ୍କୁ ସମ୍ମାନିତ କରାଯାଇଥିଲା l ଏଥିସହ ତୁକଲା ଗ୍ରାମ୍ଯ କମିଟି ତରଫରୁ ଗ୍ରାମର ତେରଟି ପଡ଼ା ମୁଖ୍ଯଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା ା ମାନପତ୍ର ଗୁଡ଼ିକୁ ବେଣୁଧର ମେହେର, ତୁଷାରକାନ୍ତ ମେହେର, ବସନ୍ତ ମେହେର, ଦେବୀଚରଣ ମେହେର, ଦୁଲ୍ଲଭ ମେହେର, ମଧୂସୁଦନ ମେହେର, ନରେଶ ମେହେର ପଠନ କରିଥିଲେ ା ଶେଷରେ ଅଧ୍ଯାପକ ଝର ମେହେର ଧନ୍ଯବାଦ ଦେଇଥିଲେ l