କୁରୁମପୁରୀରେ ଏଥର ଡବଲ ଶଙ୍ଖର ସଂକଳ୍ପ ନେଲେ ବିଜେଡି କର୍ମୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ କୁରୁମପୁରୀ ସ୍ଥିତ ସାହୁ ଭବନ ଠାରେ ଜୋନ ୨ର ସମସ୍ତ ବିଜେଡି ସକ୍ରିୟ ସଦସ୍ୟଙ୍କ ସମାବେଶ ଅନୁଷ୍ଠିତ ହୋଇଥିଲା । ଜୋନ ୨ ଜିଲ୍ଲାପରିଷଦ ସଭ୍ୟ ତଥା ବିଜେଡି ଯୁଗ୍ମ ସମ୍ପାଦକ ଅବନୀ ରଂଜନ ଯୋଶୀଙ୍କ ଅଧକ୍ଷତାରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଂଚଳର ଲୋକପ୍ରିୟ ନେତା ତଥା ସୁଖ ଦୁଃଖର ସାଥି ମାନ୍ୟବର ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଆକର୍ଷଣ ଥିଲେ | ଶ୍ରୀ ଶୋଲକିଆଙ୍କୁ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓ ଶ୍ରୀଯୁକ୍ତ ଲମ୍ବୋଦର ନିଆଲଙ୍କୁ କଳାହାଣ୍ଡି ସାଂସଦ ପ୍ରାର୍ଥୀ ରୂପେ ଘୋଷଣା କରିବା ପରେ କର୍ମୀ ମହଲରେ ଉତ୍ସାହ ଦ୍ଵିଗୁଣିତ ହୋଇଯାଇଛି | ଆଗାମୀ ନିର୍ବାଚନରେ ଶ୍ରୀ ଢୋଲକିଆଙ୍କୁ ଓ ଶ୍ରୀ ନିଆଲଙ୍କୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ କରାଇବୁ ବୋଲି ସମସ୍ତ ବିଜେଡି ସକ୍ରିୟ କର୍ମୀ ଏଥର ଡବଲ ଶଙ୍ଖର ସଂକଳ୍ପ ନେଲେ। ଏହି ସଭାରେ ଆଦିବାସୀ ନେତା ତଥା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭଗତରାମ ମାଝୀ, ବିଜେଡି ଜିଲ୍ଲା ଉପସଭାପତି ଧନୀରାମ ସାହୁ, ସମ୍ପାଦକ କାଳିଆ ପ୍ରଧାନ, କେଆରଡିସି ଟ୍ରଷ୍ଟ ଅଧ୍ୟକ୍ଷ ଜୟ ଢୋଲକିଆ, ଅଜୟ ଗହୀର ଏବଂ ୧୨ ଟି ପଞ୍ଚାୟତର ସମସ୍ତ ସକ୍ରିୟ ସଦସ୍ୟ, ସମିତି ସଭ୍ୟ ଓ ସଭ୍ୟା ଏବଂ ସମସ୍ତ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.