ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଭକ୍ତି ଆଉ ବିଶ୍ୱାସର ପର୍ବ କାମନା ଦଣ୍ଡ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ବିଭିନ୍ନ ଦଣ୍ଡ ଦଳ ପୂଜା ସହିତ ପଇତା ଧାରଣ ପୂର୍ବକ ବ୍ରତ ଆରମ୍ଭ କରିଥିଲେ। ମ.ରାମପୁରର ତଳ ସାଗର ପଡା, ବୁରାଟ, ସୀର୍କିହେଜୁ, ପଣ୍ଡକାମାଳ (କଲୋନୀ ପଡା), ଆମ୍ବ ଗାଆଁ ( ବାବୁ ପଡା), ଶୁଣ୍ଢୀ ପଡା, ବମକ, ମୋହନ ଗିରି ଆଦି ଦଣ୍ଡ ପୀଠ ନିଜର ତେର ଦିନାତ୍ମକ ଯାତ୍ରା ଆରମ୍ଭ କରିଥିବା ଜଣାଯାଇଛି। ଏଇ ତେର ଦିନ ମ.ରାମପୁର ଅଞ୍ଚଳ ଚଳଚଞ୍ଚଳ ହେଇ ପଡେ। ପ୍ରତିଦିନ ଧୂଳିଆ ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଓ ଦଣ୍ଡ ନାଚ ଦେଖିବାକୁ ପ୍ରବଳ ମାତ୍ରାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ। ଏଠାରେ ସୂଚନା ଥାଉ କି, ମ.ରାମପୁର ଅଞ୍ଚଳରେ ଏହି କାମନା ଦଣ୍ଡ ଯାତ୍ରା ଶହେ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଚାଲି ଆସୁଛି। ଦଣ୍ଡ ପୀଠ ଗୁଡ଼ିକ ପ୍ରତି ଦିନ ଭିନ୍ନ ଭିନ୍ନ ଗ୍ରାମକୁ ଯାଇ ନିଜ ସେବାୟତ ମାନଙ୍କ ଦାଣ୍ଡରେ ଏହି କାଷ୍ଠା ଓ ନିଷ୍ଠାର ପର୍ବ ପାଳନ କରନ୍ତି।