ଦୀର୍ଘଦିନ ହେଲା ଶୁଖିଲା ପଡିଛି ଅମୃତ ଧାରା; ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବୀ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାର ରାଜବାଟି ଛକ ବ୍ଲକର ମୁଖ୍ୟ ଛକ। ନିକଟରେ ମାଁ ମାଣିକେଶ୍ବରୀ ମନ୍ଦିର ପାଚେରୀକୁ ଲାଗି ନିର୍ମାଣ ହୋଇଥିବା ଅମୃତଧାରା ପ୍ରକଳ୍ପ ଦୀର୍ଘଦିନ ହେବ ଶୁଖିଲା ପଡିରହିଛି। ଅଚଳ ଅବସ୍ଥାରେ ରହିଥିବା ହେତୁ ଟ୍ୟାପ୍ ରୁ ବାହାରୁନି ପାଣି।ଜନସାଧାରଣଙ୍କୁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ସ୍ଥାପିତ ହୋଇଥିଲା। ଯାହା କୌଣସି କାରଣ ବଶତଃ ଅଚଳ ଅବସ୍ଥାରେ ରହିଛି। ଏକ ବ୍ଲକ ମୁଖ୍ୟାଳୟ ହୋଇଥିବାରୁ ଏଠାରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ତହସିଲ, ଥାନା, ଡାକ୍ତରଖାନା, ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଏବଂ ମହିଳା ଶିଶୁ ବିକାଶ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ମାନ ରହିଛି।ଯେଉଁଠିକୁ ନିଜନିଜ କାର୍ଯ୍ୟ ନେଇ ଆସୁଥିବା ଲୋକଙ୍କ ଭିଡ ଲାଗିଥାଏ।ଏହି ଛକଟି ବସ୍ ଷ୍ଟାଣ୍ଡ ଭାବେ ଭବାନୀପାଟଣା, ରାୟଗଡା ତଥା ବର୍ତ୍ତମାନ ଲକ୍ଷ୍ମୀ ବସ୍ ଭାବେ ଆସୁଥିବା ବିଭିନ୍ନ ବସ୍ ର ଲୋକେ ଏଠାରେ ଓହ୍ଲାଉ ଥିବା ବେଳେ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଯାତ୍ରୀ ମାନେ ପ୍ରତୀକ୍ଷା କରିଥାଆନ୍ତି। ଏଠାରେ ଖରା ବର୍ଷା ଅବା ଶୀତ ପାନୀୟଜଳର ଅଭାବ ରହିଥିଲା। ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ପଞ୍ଚାୟତ ପ୍ରଶାସନ ପକ୍ଷରୁ ଏହି ଅମୃତଧାରା ପ୍ରକଳ୍ପ ମାଧ୍ୟମରେ ବିଶୁଦ୍ଧ ଥଣ୍ଡା ପାଣି ବ୍ୟବସ୍ଥା କରାଯାଇଛି। ମାଁ ମାଣିକେଶ୍ବରୀ ମନ୍ଦିର କର୍ତ୍ତୃପକ୍ଷଙ୍କ ତତ୍ବାବଧାନରେ ରହିଥିବା ଯୋଗୁଁ ଏହାର ସଠିକ୍ ପରିଚାଳନା ହେଉଥିଲା।ବର୍ତ୍ତମାନ ଖରା ତାର ପ୍ରକୋପ ବଢାଇ ଚାଲାଥିବା ବେଳେ ପିଇବା ପାଇଁ ପାଣିର ମଧ୍ୟ ସେତିକି ଆବଶ୍ୟକତା ରହିଛି।ହେଲେ ବର୍ତ୍ତମାନ ଖରାପ ଅବସ୍ଥାରେ ପଡିଥିବା ବେଳେ ଏଠାରେ ଆସୁଥିବ ଲୋକେ ପିଇବା ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଥିବା ଦେଖିବକୁ ମିଳିଛି। ତୁରନ୍ତ ଏହି ଅମୃତଧାରାକୁ ପୁନଶ୍ଚ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.