ଗୁରୁଦେବ କର୍ମୀଙ୍କୁ ୟୁନିଅନ ହୋମ ମିନିଷ୍ଟର ସ୍ପେସିଆଲ ଅପରେସନ ମେଡାଲ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ଖରିଆର ରୋଡ ସହରର ଜୋଙ୍କ ଥାନା ଅଧିକାରୀ ଗୁରୁଦେବ କର୍ମୀଙ୍କୁ ୟୁନିଅନ ହୋମ ମିନିଷ୍ଟର ସ୍ପେସିଆଲ ଅପରେସନ ମେଡାଲ ଦ୍ୱାରା ସମ୍ମାନିତ କରାଯାଇଛି | ୬ ଓଏପିଏସ (ଓଡିଶା ସ୍ପେସିଆଲ ଆର୍ମ ପୋଲିସ) ବାଟାଲିୟନ କଟକ ଠାରେ ଡିଜି (ଡାଇରେକ୍ଟର ଇନ ଜେନେରାଲ) ଆଇପିଏସ ଏସ. କେ ବଂଶଲଙ୍କ ଠାରୁ ଶ୍ରୀ କର୍ମୀ ଏହି ସମ୍ମାନ ମେଡାଲ ଗ୍ରହଣ କରିଛନ୍ତି | ପ୍ରକାଶ ଜେ ୨୦୧୯ ମସିହାରେ ଶ୍ରୀ କର୍ମୀ କୋରାପୁଟ ଜିଲ୍ଲା ପାଡ଼ୱା ଥାନାରେ ଥିବା ସମୟରେ କିଛି ସନ୍ଦିଗ୍ଧ ସ୍ଥାନରେ ମାଓବାଦୀ ଥିବା ଖବର ପାଇଥିଲେ | ଖବର ପାଇ ତୁରନ୍ତ ନିଜର ଉପରସ୍ଥ ଅଧିକାରୀଙ୍କ ଠାରୁ ନିର୍ଦେଶ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ | ଶ୍ରୀ କର୍ମୀ ନିଜେ ଏହି ସ୍ୱତନ୍ତ୍ର ଟିମକୁ ପରିଚାଳିତ କରି ୫ ମାଓବାଦୀଙ୍କୁ ଏନକାଉଣ୍ଟର କରିଥିବା ବେଳେ ଅନ୍ୟ ୫ ମାଓବାଦୀଙ୍କୁ ଗିରଫ କରିଥିଲେ | ଶ୍ରୀ କର୍ମୀଙ୍କର ଦେଶପ୍ରତି ଥିବା ଦେଶଭକ୍ତି ଓ ପୋଲିସର ଗୌରବ ଓ ପ୍ରତିଷ୍ଠା ପାଇଁ କରିଥିବା ଦୁଃସାହାସିକତା ପାଇଁ ତାଙ୍କୁ ୟୁନିଅନ ହୋମ ମିନିଷ୍ଟର ସ୍ପେସିଆଲ ଅପରେସନ ମେଡାଲ ଦ୍ୱାରା ସମ୍ମାନିତ କରାଯାଇଛି | ତେବେ ଏହି ଖବର ଜାଣି ଖରିଆର ରୋଡ ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି | ବିଭିନ୍ନ ସଂଗଠନ, ସାମାଜିକ କର୍ମୀ ଏବଂ ସାଧାରଣ ଜନତାଙ୍କ ଦ୍ୱାରା ଶ୍ରୀ ଗୁରୁଦେବ କର୍ମୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.