ଅନିରୁଦ୍ଧ ପଧାନ ନର୍ଲା ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ଘୋଷିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଅନିରୁଦ୍ଧ ପଧାନ ନର୍ଲା ବିଧାନସଭା ପାଇଁ ବିଜେପିର ପ୍ରାର୍ଥୀ ହୋଇଛନ୍ତି। ଆଜି ମଙ୍ଗଳବାର ଭାରତୀୟ ଜନତା ପାର୍ଟି ଓଡ଼ିଶା ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। କଳାହାଣ୍ଡି ଲୋକସଭା କ୍ଷେତ୍ରରେ ୭ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ପୂର୍ବରୁ ଦଳ ମାଳବିକା କେଶରୀ ଦେଓଙ୍କୁ ସାଂସଦ ପ୍ରାର୍ଥୀ ଘୋଷଣା କରିଥିବାବେଳେ ବର୍ତ୍ତମାନ ନୂଆପଡ଼ା ବିଧାନସଭା ନିର୍ବାଚନ ପାଇଁ ଅଭିନନ୍ଦନ ପଣ୍ଡା, ଖଡ଼ିଆଳ ପାଇଁ ହିତେଶ କୁମାର ବଗର୍ତ୍ତୀ, ଲାଞ୍ଜିଗଡ଼ ପାଇଁ ରମେଶ ଚନ୍ଦ୍ର ମାଝୀ, ଜୁନାଗଡ଼ ମନୋଜ ମେହେର, ଧର୍ମଗଡ଼ ସୁଧିର ପଟ୍ଟଜୋଷୀ, ଭବାନୀପାଟଣା ପ୍ରଦୀପ୍ତ କୁମାର ନାଏକ ଓ ନର୍ଲା ପାଇଁ ଅନିରୁଦ୍ଧ ପଧାନଙ୍କୁ ଟିକେଟ ଦେଇଛି। ନର୍ଲା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ହୋଇଥିବା ଅନିରୁଦ୍ଧ ପଧାନ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ୨୦୨୪ ପାଇଁ ତାଙ୍କ ଉପରେ ଭରସା କରିଛି ଦଳ। ଏପଟେ ନର୍ଲା ଆସନ ପାଇଁ ବର୍ତ୍ତମାନ ସୁଦ୍ଧା ବିଜେଡ଼ି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.