ଅରେବେଡା ଠାରେ ବିଜେଡିର ସଂକଳ୍ପ ସମାବେଶ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ ଶୁକ୍ରବାର ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ଜୟପାଟଣା ବ୍ଲକ ଅରେବେଡା ବଜାର ପଡିଆ ଠାରେ ବିଜେଡିର ସଂକଳ୍ପ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ର ଣମାଲ, ବଡ଼ଟେମରି, ବାଣ୍ଡିଗାଁ ଓ ଭେଜିଗୁଡା ଗ୍ରାମପଞ୍ଚାୟତ ର ଜନସାଧାରଣ ଙ୍କୁ ନେଇ ଏହି ସମାବେଶ ହୋଇଥିଲା।ଶ୍ରୀ ସିଂଦେଓ ଟିକଟ ପାଇବା ପରେ ଦିନକୁ ଦିନ ଜନସାଧାରଣ ତଥା ଅନ୍ୟ ରାଜନୈତିକ ଦଳର କର୍ମୀ ଓ ନେତା ଯୋଗଦାନ କରୁଥିବା ବେଳେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅନେକ ମହିଳା, ଯୁବକ ସାମିଲ ହୋଇଛନ୍ତି।ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକକଲ୍ୟାଣ କାର୍ଯ୍ୟ ତଥା ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ପାଇଥିବା ଶ୍ରୀ ସିଂଦେଓ ଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ବିଜେଡିର ସାମିଲ ହେବା ପାଇଁ ପ୍ରେରଣା ଦେଉଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। କାର୍ଯ୍ୟକ୍ରମରେ ଶ୍ରୀ ସିଂଦେଓ ଙ୍କ ସହ ଜିତେନ୍ଦ୍ର ନାରାୟଣ ସିଂଦେଓ, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ବାଗ, ପ୍ରଶାନ୍ତ ମୁଣ୍ଡ, ଦିଲୀପ ରାଉତ, ସୁଧୀର କୁମାର ମୁଣ୍ଡ, ସୁଧୀର ପଣ୍ଡା,‌ ଯଦୁ ସାହୁ, ସମୀର ସାହୁ, ସରୋଜ ଠାକୁର, ମନ୍ତୋଷ ପାତ୍ର, ପଂଚାୟତ ସ୍ତରୀୟ ବିଜେଡି ସଭାପତି, ସମ୍ପାଦକ ପ୍ରମୁଖ ମଞ୍ଚାସିନ ଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତୃଣମୂଳରେ ବିକାଶର ମୋଡେଲ ତଥା ସ୍ଥାନୀୟ ଜଣେ ଭରସାଯୋଗ୍ୟ ନେତାକୁ ବିଶ୍ୱାସ କରି ଚାରୋଟି ପଞ୍ଚାୟତର ପ୍ରଭାସ ପଣ୍ଡା, ଦିଲୀପ ପଣ୍ଡା, ବିଶିକେଶନ ପୁଝାରି, ପ୍ରଦୀପ ଠାକୁର,ଗଙ୍ଗା ପଣ୍ଡା, ରଞ୍ଜନ ମହାରଣା, ବିକ୍ରମ ମହାରଣା, କୁମୁଦ ବେହେରା ଭଳି ଶତାଧିକ ମହିଳା ପୁରୁଷ ଶ୍ରୀ ସିଂଦେଓ ଙ୍କ ଉପସ୍ଥିତରେ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କୁ ଦଳୀୟ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.