ଧର୍ମଗଡ କଂଗ୍ରେସର କର୍ମୀ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ଧର୍ମଗଡ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ ସ୍ଥାନୀୟ ହୋଟେଲ ରୋୟାଲ ପ୍ଲେସ୍ ଠାରେ ଅନୁଷ୍ଠିତ ହୋଇଛି। ଧର୍ମଗଡର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀ ମନ୍ଦିରରୁ ପୂଜାର୍ଚ୍ଚନା ପରେ ବିଶାଲ ଶୋଭାଯାତ୍ରାରେ ବାହାରି ହୋଟେଲ ରୋୟାଲ ପ୍ଲେସ୍ ଠାରେ ପହଞ୍ଚିଥିଲେ। ଧର୍ମଗଡ ବ୍ଲକ ସଭାପତି ପ୍ରେମଲାଲ ସାଗରଙ୍କ ସଭାପତିତ୍ବରେ ଆୟୋଜିତ କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଜିଲ୍ଳା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ମୁଖ୍ୟ ବକ୍ତା ପ୍ରଭାରୀ ଦ୍ୱାରିକାନାଥ ମହାପାତ୍ର, କଳାହାଣ୍ଡି ଲୋକସଭା  କଂଗ୍ରେସ ପ୍ରାର୍ଥିନୀ ଦ୍ରୋପଦୀ ମାଝୀ, ଧର୍ମଗଡ଼ ବିଧାନସଭା ପ୍ରାର୍ଥିନୀ ରଶ୍ମି ରେଖା ରାଉତ, ଜୁନାଗଡ଼ ବିଧାନସଭା ପ୍ରାର୍ଥୀ ତୁଲେଶ୍ୱର ନାଏକ ଯୋଗ ଦେଇ ନିର୍ବାଚନ ରଣନୀତି ପ୍ରସ୍ତୁତି ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇ ତୃଣମୂଳ ସ୍ତରରେ ଦଳୀୟ ସଂଘଠନକୁ ସୁଦୃଢ କରି କଂଗ୍ରେସର ୯ ଗୋଟି ଗ୍ୟାରେଣ୍ଟି ପ୍ରତିଶୃତିକୁ ଲୋକଙ୍କ ପାଖରେ ପାହଞ୍ଚାଇ ଲୋକଙ୍କୁ କଂଗ୍ରେସ ପ୍ରତି ବିଶ୍ୱାସ ଭାଜନ କରିବାକୁ ବକ୍ତବ୍ୟ ରଖିଥିଲେ। ସମ୍ମିଳନୀରେ ବରିଷ୍ଠ ନେତା ପୁରୁଷୋତ୍ତମ ଗୁପ୍ତା, କୋକସରା ବ୍ଲକ କଂଗ୍ରେସ କମିଟି ସଭାପତି ଲିଙ୍ଗରାଜ ବେହେରା, ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ବେଣୁପାଣି ଦୁର୍ଗା, ସୁଲୋଚନା ବିଶି, ଜିତେନ୍ଦ୍ର ଦଳାଇ ପ୍ରମୁଖ ମଞ୍ଚାସିନ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ। ବ୍ଲକ ସଭାପତି ପ୍ରେମଲାଲ ସାଗର ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.