ଅସୁରକ୍ଷିତ ବନ୍ୟପ୍ରାଣୀ : ସାତଦିନରେ ତିନୋଟି ହରିଣ ଜନବସତି ମୁହାଁ

କଳାହାଣ୍ଡି,୨୪/୬,(ହେମନ୍ତ ସାହୁ) : କଳାହାଣ୍ଡି ଉତ୍ତରବନଖଣ୍ଡ ଅଧୀନସ୍ଥ ମ.ରାମପୁର ଓ ନର୍ଲା ବନାଂଚଳରେ ଅସୁରକ୍ଷିତ ହେଇପଡ଼ିଛନ୍ତି ବନ୍ୟପ୍ରାଣୀ । ଗତ ଏକ ସପ୍ତାହ ମଧ୍ୟରେ ତିନୋଟି ହରିଣ ଜନବସତି ମୁହାଁ ହେଇଥିବାବେଳେ ସେଥିରୁ ଦୁଇଟି ହରିଣ ମୃତ୍ୟୁ ମୁଖରେ ପଡ଼ିଥିବା ଜଣାପଡ଼ିଛି । ଆଜି ପୁଣି ଏକ ହରିଣ ଉରଲୁକୁପା ଗଡ଼ ନିକଟଦେଇ ଉତେଇ ନଦୀ ପାରିହେଇ ଜନବସତି ମୁହାଁ ହେଉଥିବା ଦେଖିବାକୁ ମିଳିଥିଲା । ପରେ ଖବର ପାଇ ବନ ବିଭାଗ ହରିଣଉପରେ ଦୃଷ୍ଟି ରଖିଥିଲେ ହେଁ ତାର ମୃତ୍ୟୁ ହେଇଥିବା ଜଣାଯାଇଛି । ପ୍ରତିବର୍ଷ ନିର୍ଦ୍ଧିଷ୍ଠ ଏହି ସମୟରେ ନିର୍ଦ୍ଧିଷ୍ଠ ଇଲାକା(ଉରଲୁପୁପାଗଡ଼) ଦେଇ ଜନବସତି ମୁହାଁ ହେଉଛନ୍ତି ସଂଖ୍ୟାଧିକ ହରିଣ ଏବଂ ସେଥିରୁ ଅର୍ଦ୍ଧାଧିକ ମୃତ୍ୟୁ ବରଣ କରୁଥିବା ସୂଚନା ରହିଛି । ତେବେ ବନ ବିଭାଗ ଏହି ଅଂଚଳରେ କିଛି ଠୋସ୍ କାର୍ଯ୍ୟପନ୍ଥା ନେଉନଥିବାରୁ ଏଭଳି ହେଉଥିବା ପ୍ରାଣୀପ୍ରେମୀ ମହଲରେ ଅସନ୍ତୋଷ ବୃଦ୍ଧିପାଉଛି । ତେଣୁ ଉଚ୍ଚକତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବା ସହ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ବିଭାଗୀୟ ତତ୍ପରତା ପ୍ରଦର୍ଶନ ପୂର୍ବକ ବନ୍ୟପ୍ରାଣୀଙ୍କୁ ସୁରକ୍ଷିତ ରଖିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।

 

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.