କନ୍ଦାଗଡ଼ର ମହାବିଷ୍ଣୁ ଯଜ୍ଞରେ ଯୋଗଦେଲେ ବିଜେଡ଼ିର କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ 

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ଲମ୍ବୋଦର ନିଆଲ ବୁଧବାର କନ୍ଦାଗଡ଼ ଠାରେ ଆୟୋଜିତ ନବକୁଣ୍ଡିୟ ବିଶ୍ବଶାନ୍ତି ମହାବିଷ୍ଣୁ ଯଜ୍ଞରେ ଯୋଗଦେଇ ଆଶିର୍ବାଦ ଭିକ୍ଷା କରିଛନ୍ତି। ତାଙ୍କ ସହ ଏହି ଯଜ୍ଞରେ ଯୁବନେତା ଡାକେଶ୍ୱର ଲହଜଲ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଆମପାଣି ସରପଞ୍ଚ ରୁକ୍ମଣୀ ବଣୁଆ, ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ, କ୍ଷେତ୍ରମୋହନ ମାଝୀ, ଅରକ୍ଷିତ ଭଇଁସାଲ, ଦୁଃଖୁରାମ କାଣ୍ଡ, ଅମରସିଂ ଖର୍ସେଲ, ତୁଳସୀ ରାମ ବାରିକ, ଭବେଶ ଗଇନ୍ତା, କ୍ଷୀରମୋହନ ପଟେଲ ପ୍ରମୁଖ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସତଗୁରୁ ସତ୍ୟାନନ୍ଦ ସରସ୍ବତୀ ମହାରାଜାଙ୍କ ପ୍ରଦର୍ଶିତ ପଥ ଅନୁଯାୟୀ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅନୁଷ୍ଠିତ ହୋଇଆସୁଛି ମହାବିଷ୍ଣୁ ଯଜ୍ଞ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଆମପାଣି ପଞ୍ଚାୟତର କନ୍ଦାଗଡ଼ଠାରେ ଚାଲିଛି ନବକୁଣ୍ଡିୟ ବିଶ୍ବଶାନ୍ତି ମହାବିଷ୍ଣୁ ଯଜ୍ଞ। କଳୀକୃଷ୍ଣ ସଂଘର ପରିଚାଳକ ତଥା ଜଗନ୍ନାଥ ସଂସ୍କୃତିର ପ୍ରଚାରକ ସ୍ବାମୀ ଜଗଦାନନ୍ଦଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଅନ୍ୟପକ୍ଷରେ ବିଜେଡ଼ି ପକ୍ଷରୁ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀ ଭାବେ ଲମ୍ବୋଦର ନିଆଲଙ୍କ ନାମ ଘୋଷଣା ହେବାପରେ ସେ ମାରାଥନ୍ ପ୍ରଚାରରେ ବାହାରି ପଡିଛନ୍ତି। ଇତି ମଧ୍ୟରେ ଶ୍ରୀନିଆଲ ନିଜ ସାଂସଦୀୟ କ୍ଷେତ୍ରର ୭ ଗୋଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୫ଗୋଟି ନିର୍ବାଚନ ମଣ୍ଡଳୀ; ଲାଞ୍ଜିଗଡ଼, ଭବାନୀପାଟଣା, ଧର୍ମଗଡ଼, ଖଡ଼ିଆଳ ଓ ନୂଆପଡ଼ା ଗସ୍ତ କରି ସାରିଛନ୍ତି। ପୂର୍ବରୁ ଶତାଧିକ ଗ୍ରାମର ଦେବାଦେବୀ ପୀଠ, ଅଷ୍ଟ ପ୍ରହର/ ଷୋହଳ ପ୍ରହର, ବିଶ୍ଵଶାନ୍ତି ମହାଯଜ୍ଞ, ବିଭିନ୍ନ ଯାନିଯାତ୍ରା ଆଦିରେ ମଧ୍ୟ ସେ ଯୋଗଦାନ କରି ଆସୁଛନ୍ତି। ଏହି କ୍ରମରେ ବିଜେଡ଼ି ସାଂସଦ ପ୍ରାର୍ଥୀ ଶ୍ରୀ ନିଆଲ ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ଦାଗଡ଼ ଗ୍ରାମରେ ଆୟୋଜିତ ହୋଇଥିବା ମହାବିଷ୍ଣୁ ଯଜ୍ଞରେ ଯୋଗଦେଇ ହଜାର ହଜାର ଅଞ୍ଚଳବାସୀଙ୍କ ସହ ଆଲାପ ଆଲୋଚନା କରିଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.