ମୁଖ୍ୟ ମହିଳା ସଚେତକଙ୍କ ସଭା: ବିଜେଡ଼ି ସାଂସଦ ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବାକୁ ଯୋଜନା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ୨୦୨୪ ନିର୍ବାଚନକୁ ନେଇ କଳାହାଣ୍ଡିର ରାଜନୈତିକ ପାଣିପାଗ ଉଷ୍ଣ ହୋଇ ଉଠିଛି। ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ କର୍ମୀ ଏବଂ ଜନସାଧାରଣଙ୍କ ଯୋଗସୂତ୍ରରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତ ବେହେରାଙ୍କ ନେତୃତ୍ୱରେ ସହରର ୨୦ ଗୋଟି ୱାର୍ଡର ମୁଖ୍ୟ ମହିଳା ସଚେତକଙ୍କୁ ନେଇ ବୁଧବାର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଜୁ ଜନତା ଦଳ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟ ଯୁକ୍ତ କରିବା ପାଇଁ ଯୋଜନା ପ୍ରସ୍ତୁତ  କରାଯାଇଥିଲା। ଏଠାରେ ପ୍ରକାଶଯୋଗ୍ୟ ଯେ, ବିଜେଡ଼ିର ସାଂସଦ ପ୍ରାର୍ଥୀ ଭାବେ ଲମ୍ବୋଦର ନିଆଲଙ୍କ ନାମ ଘୋଷଣା ହେବା ପରେ ସେ ମାରାଥନ୍ ପ୍ରଚାରରେ ବାହାରିଛନ୍ତି। ଶ୍ରୀ ନିଆଲ ନିଜ ସଂସଦୀୟ କ୍ଷେତ୍ରର ୭ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଇତି ମଧ୍ୟରେ ୫ଟି ଗସ୍ତ କରି ସାରିଛନ୍ତି। ଏପଟେ ଦଳୀୟ ନେତୃବର୍ଗ ୭ଗୋଟି ନିର୍ବାଚନ ମଣ୍ଡଳୀରେ ଲମ୍ବୋଦର ନିଆଲଙ୍କ ସପକ୍ଷରେ କର୍ମୀମାନଙ୍କ ସହ ସାକ୍ଷାତ ଆଲୋଚନା କରୁଥିବା ଦେଖାଯାଇଛି

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.