୧୫ରୁ ମାଁ ସୁନାମୁଖି ମହୋତ୍ସବ ଓ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତର ମହଗାଁ ସ୍ଥିତ ସୁନାମୁଖି ଶାନ୍ତିବନ ପରିସରରେ ଚଳିତ ମାସ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ୨ୟ ମାଁ ସୁନାମୁଖି ମହୋତ୍ସବ ଓ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ। ଏନେଇ ପ୍ରସ୍ତୁତି ଜୋରଦାର ହୋଇଛି। ସୁନାମୁଖି ଶାନ୍ତିବନ ଯଜ୍ଞ କମିଟି, ଆଦିବାସୀ ମହିଳା କମିଟି ଓ ମହଗାଁ ଗ୍ରାମବାସୀଙ୍କ ସହଯୋଗରେ ଏହି ମହୋତ୍ସବ ହେବାକୁ ଥିବାବେଳେ ପ୍ରସ୍ତୁତି ବୈଠକରେ କାର୍ଯ୍ୟକ୍ରମର ସଂପୂର୍ଣ୍ଣ ସୂଚନା ଦିଆଯାଇଛି। ଅପ୍ରେଲ ୧୫ ସୋମବାର ଦିନ ପୂର୍ବାହ୍ନ ୯ ଘଣ୍ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହେବ। ସେହିଦିନ ଅପରାହ୍ନରେ ଧୂନି ସ୍ଥାପନ, ସନ୍ଧ୍ୟାରେ ଅଖଣ୍ଡ ବତୀ ପ୍ରଜ୍ଜଳନ, ଆଠ ଭଜନ ଏବଂ ରାତିରେ ଛତିଶଗଡ଼ ପାଣ୍ଡରୀପଖାନର ନାଟକ ମଞ୍ଚସ୍ଥ ହେବ। ଅପ୍ରେଲ ୧୬ ମଙ୍ଗଳବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ଆଠଭଜନ ଓ ପ୍ରବଚନ ଏବଂ ରାତିରେ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମର ଅନ୍ତିମ ଦିବସ ଅପ୍ରେଲ ୧୭ ବୁଧବାର ବ୍ରହ୍ମ ମୁହୂର୍ତ୍ତରେ ପଣାପାଣି ଅର୍ପଣ ଓ ସକାଳ ୭ଘଣ୍ଟା ଯଜ୍ଞର ପୂର୍ଣ୍ଣାହୁତି ପଡ଼ିବ। ସେହିଦିନ ଜଗତ ଭଗତ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ଯଜ୍ଞ ପରିଚାଳନା କରିବେ ମହିମା ଗାଦି ଲତା ଆଶ୍ରମର ସଭାପତି, ସମ୍ପାଦକ ଓ ସାଧୁ ବୃନ୍ଦ। ଏହି କାର୍ଯ୍ୟକ୍ରମରେ ସମସ୍ତେ ଯୋଗଦେଇ ବିଭୁ କୃପା ଲାଭ କରିବାକୁ ନିବେଦନ କରିଛନ୍ତି ଆୟୋଜକ କମିଟି। ଏଠାରେ ପ୍ରକାଶଯୋଗ୍ୟ ଯେ, ମହଗାଁ ସ୍ଥିତ ସୁନାମୁଖି ଶାନ୍ତିବନ ଏକ ମନୋରମ ପରିବେଶ ମଧ୍ୟରେ ରହିଛି। ଐତିହାସିକ, ପ୍ରତ୍ନତାତ୍ବିକ ଓ ପୌରାଣିକ ତଥ୍ୟ ବହନ କରୁଥିବା ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାପାଇଁ ଦାବି ହୋଇ ଆସୁଛି। ନିକଟରେ ବାହାର ରାଜ୍ୟରୁ ବିଭିନ୍ନ ପ୍ରଜାତିର ୨୩୦ ପୁଷ୍ପ ବୃକ୍ଷ ଅଣାଯାଇ ଏଠାରେ ରୋପଣ କରାଯାଇଛି। ପ୍ରତିଦିନ ପାଳିକରି ମହଗାଁର ୨ଜଣ ଲେଖାଏଁ ମହିଳା ଏହି ଉଦ୍ୟାନରେ ପାଣି ଦେବାସହ ବୃକ୍ଷର ଯତ୍ନ ନେଉଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.