କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଷ୍ଟିଭାଲ ଅଫ୍ ଲେଟର୍ସ’ ଆୟୋଜନ କରି ସୃଷ୍ଟି କଲା ବିଶ୍ଵ ରେକର୍ଡ: ଆମେରିକା ଓ ଦୁବାଇରୁ ମିଳିଲା ମାନପତ୍ର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ନୂଆଦିଲ୍ଲୀ ଠାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆୟୋଜନ କରିଥିବା ‘ଫେଷ୍ଟିଭାଲ ଅଫ୍ ଲେଟର୍ସ’ ସାରା ବିଶ୍ଵରେ ଇତିହାସ ରଚନା କହିଲେ ଅତ୍ୟୁକ୍ତି ହେବ ନାହିଁ। ପୂର୍ବରୁ ଏପରି ବିଶାଳ ଆୟୋଜନ ସଫଳତାର ସହିତ ସାହିତ୍ଯ ଏକାଡେମୀ କରିନଥିବା ବେଳେ ୨୦୨୪ରେ ଏହା ବିଶ୍ୱ ରେକର୍ଡ଼ କେବଳ ସୃଷ୍ଟି କରି ନାହିଁ, ଅଧିକନ୍ତୁ ଆମେରିକା ଓ ଦୁବାଇର ଦୁଇଟି ଅନୁଷ୍ଠାନ ‘ଆଇନଷ୍ଟାଇନ ଓ୍ଵାର୍ଲଡ୍ ରେକର୍ଡସ୍’ ଏବଂ ‘ଓ୍ଵାର୍ଲଡ୍ ବୁକ୍ ଅଫ୍ ରେକର୍ଡସ୍’ ଭାରତର ‘ସାହିତ୍ୟ ଏକାଡେମି’କୁ ସର୍ବବୃହତ୍ ସାହିତ୍ୟ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଛନ୍ତି। ଏଥିରେ ଆନନ୍ଦ ଅନୁଭବ କରି ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ଏହାର ଶ୍ରେୟ ଅଂଶ ଗ୍ରହଣ କରିଥିବା ଭାରତର ସମସ୍ତ ଲେଖକ, କବି ଓ ସ୍କୋଲାର୍ ଙ୍କୁ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତର ଲେଖକୀୟ ସୌହାର୍ଦ୍ଦ୍ୟ ଓ ଭାଇଚାରାର ସହଯୋଗ ଫଳରେ ଏକାଡେମୀ ଆୟୋଜିତ ଏହି ଉତ୍ସବ ବିଶ୍ଵର ସର୍ବ ବୃହତ୍ ସାହିତ୍ଯ ଉତ୍ସବର ମର୍ଯ୍ୟାଦା ପାଇଲା । ଏକକାଳୀନ ଗୋଟିଏ ସ୍ଥାନରେ ବିଭିନ୍ନ ଭାଷାଭାଷୀ ଲେଖକଙ୍କ ସମାଗମ ଏବଂ ବହୁଭାଷୀ କବି ସମ୍ମିଳନୀ, ଆଲୋଚନା ଚକ୍ର, ସେମିନାର୍ ଆଦି ଶୃଙ୍ଖଳିତ ଭାବେ ଆୟୋଜନ କରିଥିବାରୁ ଏକାଡେମୀର ଇତିହାସରେ ଏହା ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଏହି ଅବସରରେ ସଚିବ ଡକ୍ଟର ଶ୍ରୀନିବାସରାଓ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଲେଖକଙ୍କୁ ପତ୍ର ମାଧ୍ୟମରେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.