ସମିତି ସଭ୍ୟାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ କର୍ଳାପାଟ ଥାନା ଅଧିନସ୍ଥ କିଆପଦର ଗ୍ରାମପଞ୍ଚାୟତର ସାପମୁଣ୍ଡି ଗ୍ରାମର ସମିତିସଭ୍ୟା ସରୋଜିନୀ ମାଝି (୩୨)ଙ୍କ ବିଷକ୍ରିୟାରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି, ଗତ ୮ ତାରିଖ ସୋମବାର ଦିନ ସ୍ଵାମୀ ଘରେ ନଥିବା ସମୟରେ ସରୋଜିନୀ ଅଚେତ୍ ଅବସ୍ଥାରେ ପଡିରହିଥିଲେ। ସ୍ଵାମୀ ଆସି ଦେଖିଲା ବେଳକୁ ଅବସ୍ଥା ଗମ୍ଭିର ଥିବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ଚିକିତ୍ସାଳୟ ଭବାନୀପାଟଣାକୁ ନିଆଯାଇଥିଲା। କିଛି ସମୟ ଚିକିତ୍ସା ପରେ ସରୋଜିନୀର ଚେତା ଫେରିଥିଲା। ଚେତା ଫେରିବା ପରେ ସରୋଜିନୀ ବିଷପାନ କରିଥିବା ଡାକ୍ତରଙ୍କୁ କହିଥିଲା ବୋଲି ଡ଼ାକ୍ତର ପୁଲିସକୁ ଏନେଇ ସୂଚନା ଦେଇଥିଲେ। ରାତ୍ରି ପ୍ରାୟ ୧୨ଟା ୩୦ ସମୟ ଚିକିତ୍ସାଧୀନ ଅବସ୍ଥାରେ ସରୋଜିନୀଙ୍କ ମୃତ୍ୟୁ ହୋଇଥିଲା। ଏନେଇ କର୍ଲାପାଟ ଥାନାରେ କେଶ ନଂ, ୟୁ ଡି ନଂ ୨/୯, ୨୦୨୪ ଅନୁଯାୟୀ ମାମଲା ରୁଜୁ କରି ଶବ ଜବତ ପୂର୍ବକ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ବିଜୟରାଜ ମାଝୀ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.