ସୋନପୁରରେ ଧୁମଧାମରେ ହିନ୍ଦୁ ନବ ବର୍ଷ ପାଳନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପବିତ୍ର ଚୈତ୍ର ଶୁକ୍ଳ ପ୍ରତିପଦା ରାଷ୍ଟ୍ରୀୟ ନବବର୍ଷ ଅବସରରେ ସୋନପୁର ଟାଉନ ସରସ୍ବତୀ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ, ସୋନପୁର (ଆରଏସଏସ) ପକ୍ଷରୁ ହିନ୍ଦୁ ନବ ବର୍ଷ ଉତ୍ସବ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଥମେ ସଂଘର ପ୍ରତିଷ୍ଠାତା ଡ. କେଶବବଳିରାମ ହେଡଗୱାରଙ୍କ ଜନ୍ମ ତିଥି ଥିବାରୁ ପ୍ରଥମେ ଆଦ୍ୟାସରସଂଘ ଚାଳକ ପ୍ରଣାମ ସ୍ଵୟଂସେବକ ଅତିଥି ମାନଙ୍କ ଦ୍ଵାରା ଦିଆଯିବା ପରେ ହିନ୍ଦୁ ନବବର୍ଷର କାର୍ଯ୍ୟକ୍ରମ ଦ୍ୱୀପ ପ୍ରଜ୍ୱଳନ କରି ଶୁଭ ଆରମ୍ଭ କରିଥିଲେ ସୋନପୁର ରାଜ କଲେଜ ର ଦୁଇ ଅଧ୍ୟାପକ ଶ୍ରୀ ଦେବେନ୍ଦ୍ର ପଧାନ, ଶ୍ରୀ କୈଳାଶ ଚାନ୍ଦ ଏବଂ ସଂଘର ଜିଲ୍ଲା ସହ ସଙ୍ଘଚାଳକ ଶ୍ରୀ ଜୟଦ୍ରଥ ଜଗଦଲା। ନୁଆଁ ବର୍ଷର ମହତ୍ୱ ଏବଂ ଇତିହାସ ଉପରେ ଦୁଇ ଅଧ୍ୟାପକ ବକ୍ତବ୍ୟ ପ୍ରଦାନ କରିଥିଲା ବେଳେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ସଂଗୀତ ସହିତ ମୁଖ୍ୟ ଆକର୍ଷଣ ଥିଲା କୁନି ଝିଅ ମାନଙ୍କ ସମ୍ବଲପୁରୀ ଭଜନ, ଦେଶଭକ୍ତି ଗୀତ ସହ ସୁନ୍ଦର ନୃତ୍ୟ ମଧ୍ୟ କରିଥିଲେ ଏବଂ ଅର୍ପିତା ସୁମନ ମହାନ୍ତିଙ୍କ ରାମ ଆୟେଙ୍ଗେ ଗୀତ ସମସ୍ତଙ୍କୁ ଉର୍ସାହିତ କରିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସମସ୍ତ ଦର୍ଶକ ମାନଙ୍କୁ ବିମୋହିତ କରିଦେଇଥିଲା। ଏହି କାର୍ଯ୍ୟକ୍ରମରେ ସୋନପୁର ନଗରର ଅନେକ ଆଧ୍ୟାତ୍ମିକ, ସାମାଜିକ ସଂଗଠନ ଶତାଧିକ ଦର୍ଶକ, ସ୍ଵୟଂସେବକ ପ୍ରମୁଖ ଯୋଗଦାନ କରିଥିଲେ। ପରେ ପରେ ଏକ ବିରାଟ ସହଭୋଜର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.