ଦୁର୍ଘଟଣାଗ୍ରସ୍ତ ମାନସ ରଣାଙ୍କ ଦେହାନ୍ତ; ବାଲିପଡାରେ ଶୋକର ଛାୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ଗ୍ରାମ ପଞ୍ଚାୟତର ବୁରାଟ ଠାରେ ଶୁକ୍ରବାର ବାଇକ ଦୁର୍ଘଟଣାଗ୍ରସ୍ତ ମାନସ ରଣା(୨୬) ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗୁରୁତର ଅଘାତ ଲାଗିଥିଲା । ଶନିବାର ସକାଳ ୯ ଘଣ୍ଟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ଜନ୍ମସ୍ଥାନ ଭାନପୁର ଗ୍ରାମ ପଞ୍ଚାୟତର ବାଲିପଡା ଅଣାଯାଇ ତାଙ୍କ ଜମିରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ସେ ବାଲିପଡା ବଣିକ ସଂଘର ଜଣେ ସକ୍ରୀୟ ସଦସ୍ୟ ରହି ଅଞ୍ଚଳର ବିଭିନ୍ନ ଆନୁଷ୍ଠାନିକ କାର୍ଯ୍ୟରେ ଅଂଶ ଗ୍ରହଣ କରି ବେଶ ପ୍ରଶଂସିତ ହେଉଥିଲେ । ସେ ଜଣେ ମେଳାପି ଓ ମିଷ୍ଟ ଭାଷୀ ଯୁବକ ଥିଲେ । ବାଲିପଡାରେ ତାଙ୍କର ଫାଷ୍ଟଫୁଡ ବ୍ୟବସାୟ ରହିଥିଲା । ସେ ସ୍ୱର୍ଗତ ଛନ୍ଦା ରଣାଙ୍କ ଜ୍ୟେଷ୍ଠ ପୁତ୍ର । ତାଙ୍କ ତଳେ ଜଣେ ଭାଇ ଓ ଦୁଇ ଭଉଣୀ ରହିଥିବା ବେଳେ ତାଙ୍କ ବିଧବା ମା, ଜେଜେ ବାବା, ଜେଜେ ମା ଏଭଳି ପରିବାରର ୮ ଜଣ ସଦସ୍ୟଙ୍କ ଭରଣ ପୋଷଣ ଦାଇତ୍ୱ ତାଙ୍କ କାନ୍ଧ ଉପରେ ରହିଥିଲା । ତାଙ୍କ ଆକସ୍ମିକ ନିଧନରେ ପରିବାର ଭାଙ୍ଗି ପଡିଛି । ଆଗକ଼ୁ ପରିବାର କେମିତି ଚଳିବ ? କିଏ ପରିବାର ପ୍ରତିପୋଷଣ କରିବ ବୋଲି ତାଙ୍କ ଜେଜେ ବାପା କୋହଭରା କଣ୍ଠରେ ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି । ତାଙ୍କ ନିଧନରେ ବାଲିପଡା ବଣିକ ସଂଘର ବରିଷ୍ଠ କର୍ମକର୍ତ୍ତା ଲୋଚନ ସାହୁ, କମଳ ନାଏକ, କୁନ୍ତ ଭୋଇ, ବବ୍ଲୁ ଭୋଇ, ଜିତୁ ପଧାନ, ଅଶୋକ ବାରିକ, ରୋହିତ ସାହୁ ପ୍ରମୁଖଙ୍କ ସମେତ ବଣିକ ସଂଘର ସମସ୍ତ ସଦସ୍ୟ, ଭାନପୁର ସରପଞ୍ଚ ତଥା ନର୍ଲା ସରପଞ୍ଚ ସଂଘର ସଭାପତି ଅନନ୍ତରାମ ମାଝୀ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ, ଓଡିଶା ସାମ୍ବାଦିକ ୟୁନିଅନର ସଦସ୍ୟ ଅଭିରାମ ନନ୍ଦ, ଲିଙ୍ଗରାଜ ମିଶ୍ର, ସୁନୀଲ କୁମାର ଧଙ୍ଗଡାମାଝୀ, ରଞ୍ଜନ କୁମାର ମହାନ୍ତି ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.