ସୋନପୁରରୁ ପ୍ରିୟବ୍ରତ ଓ ବୀରମହାରାଜପୁରରୁ ପ୍ରଦୀପ ହେଲେ କଂଗ୍ରେସ ପ୍ରାର୍ଥୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତକାଲି କଂଗ୍ରେସ ର ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ଏଥର ସୋନପୁର ନିର୍ବାଚନ ମଣ୍ଡଳୀ ପାଇଁ ଯୁବନେତା ପ୍ରିୟବ୍ରତ ସାହୁ ଓ ବୀରମହାରାଜପୁର ପାଇଁ ପ୍ରଦୀପ ସେଠୀଙ୍କ ନାମ ଘୋଷଣା ହୋଇଛି। ଉଭୟେ ଏକ ଯୁବ ସଂଗଠକ ଭାବରେ ଦୀର୍ଘ ବର୍ଷ ହେଲା କାମ କରି ଆସୁଛନ୍ତି। ଉଭୟେ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ସହ ଜଡ଼ିତ ଥିବା ସହ କଂଗ୍ରେସ ର ବିଭିନ୍ନ ସାଂଗଠନିକ ପଦପଦବୀ ରେ ରହିଥିବା କାରଣରୁ ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ଏମାନେ ବେଶ ପରିଚିତି ଅଛନ୍ତି। ବିଶେଷ କରି ଚଳିତ ନିର୍ବାଚନ ମୈଦାନରେ ସୋନପୁର ଓ ବୀରମହାରାଜପୁର ପାଇଁ ଯୁବକ ମାନଙ୍କ ଉପରେ କଂଗ୍ରେସ ଦଳ ଆସ୍ଥା ପ୍ରକଟ କରିଥିବାରୁ ଏଥର ର ନିର୍ବାଚନ ଏକ ରୋଚକ ପରିସ୍ଥିତି ଦେଇ ଗତି କରିବ ବୋଲି ଜିଲ୍ଳାର ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.