କୋକସରା,୧/୧୨:
ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଡଙ୍ଗରୀଗୁଡା ଠାରେ ତିନି ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ରୋପ୍ୟଜୟନ୍ତୀ ଭାରତ ସ୍କାଉଟ ଓ ଗାଇଡ଼ ରେଲି ଉଦଯାପିତ ହୋଇଯାଇଛି । ଶୁକ୍ରବାର ରାତିର ଉଦଯାପନି ଉତ୍ସବ ରେ ସମାଜ ସେବି ତଥା ଧର୍ମଗଡ଼ ବିଧାନସଭା ମଣ୍ଡଳୀ ବିଜେଡି ଆଶାୟି ପ୍ରାର୍ଥୀ ଜନାର୍ଦନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ବ୍ଲକ ରୁ ଆସିଥିବା ଛାତ୍ର ଛାତ୍ରୀ ଓ ଖେଳ ଶିକ୍ଷକ ମାନଙ୍କୁ ଉଦବୋଧନ ଦେଇ ଉତ୍ସା ହିତ କରାଇଥିଲେ ।
ରାତ୍ରୀ ରେ ଚାଲିଥିବା ଦେସାତ୍ମାବୋଧକ ରଂଗା ରଙ୍ଗ କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍କୁଲ ରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣକରି ମନସ୍ତଙ୍କ ମନୋରଞ୍ଜନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଜନାର୍ଦନ ପଣ୍ଡା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସ୍କାଉଟ ଜିଲ୍ଲା ସମ୍ପାଦକ ମହେନ୍ଦ୍ର କୁମାର ପଣ୍ଡା , ଜିଲ୍ଲା ସ୍କାଉଟକମିଶନର ସୁନୀଲ କୁମାର ବେହେରା , ନେସନାଲ ଟ୍ରେନର ତ୍ରିନାଥ ଠାକୁର ବେହେରା , ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବାଞ୍ଛାନିଧି ପୁରୋହିତ , ଇନ୍ଦ୍ରାବତୀ ହାଇସ୍କୁଲ ପ୍ରଧାନଶିକ୍ଷକ ସିମାଞ୍ଚଲ ଦାସ , ବିପିନ ବିହାରୀ ମୁଣ୍ଡ , କିଶୋରଚନ୍ଦ୍ର ନାଏକ , ଅନିରୁଦ୍ଧ ପାତ୍ର ପ୍ରମୁଖ ମଞ୍ଚସିନ ହୋଇ ସମସ୍ତଙ୍କୁ ଉତ୍ସହିତ କରି କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଥିଲେ ।
କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ ଓଡିଆ ବାର୍ତା ।