କର୍ଲାମୁଣ୍ଡାଠାରେ ବିଜୁ ଜନତା ଦଳର ସମ୍ବର୍ଦ୍ଧନା ସଭା ଓ କର୍ମୀ ସମ୍ମିଳନୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା/ ଲିଙ୍ଗରାଜ ମିଶ୍ର): ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କର୍ଲାମୁଣ୍ଡା ଠାରେ ବିଜେଡ଼ିର  ସମ୍ବର୍ଦ୍ଧନା ସଭା ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ବିଜେଡ଼ି ସଭାପତି ସୁରେନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଟିକେଲାଲ ସାହୁ, ନର୍ଲା ବିଜେଡ଼ି ବିଧାୟକ ପ୍ରାର୍ଥୀନୀ ମନୋରମା ମହାନ୍ତି, କର୍ଲାମୁଣ୍ଡା ବ୍ଲକ ମହିଳା ସଭାନେତ୍ରୀ ରିତୁରାଣୀ ନାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀନିବାସ ମିଶ୍ର, ବରିଷ୍ଠ ବିଜେଡି ନେତା ଗୈାର ରଣା, ବିକାଶ ସିଂଦେଓ, ଶିବଲାଲ କେଡିଆ, ନର୍ଲା ଜିଲ୍ଲାପରିଷଦ ସଦସ୍ୟ ନମ୍ରତା ସାହୁ, ରିଷିଡା ସରପଞ୍ଚ ସେବତୀ ରଣା, ବିଜୁ ଯୁବ ଜନତାଦଳ କଳାହାଣ୍ଡି ଜିଲ୍ଲା ସଂପାଦକ ନନ୍ଦିକିଶୋର ଭୋଇ, ଜିଲ୍ଲା ଛାତ୍ର ସଂପାଦକ ପ୍ରଦୀପ କୁମାର ସାହୁ, କର୍ଲାମୁଣ୍ଡା ବ୍ଲକ ଛାତ୍ର ସଭାପତି ସଲିମ ସେଖର ରଣା, କର୍ଲାମୁଣ୍ଡା ବ୍ଲକ ଯୁବ ବିଜେଡ଼ି ସଭାପତି ସଂଗୀତ ଭୋଇ, ବ୍ଲକ ସଂଖ୍ୟାଲଘୁ ସଭାପତି ଯାକୁବ କୁମାର, ନର୍ଲା ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡି ସଭାପତି ଦେବେନ୍ଦ୍ର କୁମାର, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ୧୨ଗୋଟି ପଞ୍ଚାୟତର ସଭାପତି ସ୍ବାଗତ ଭୋଇ, ନାରାୟଣ ରଣା, ପ୍ରଫୁଲ୍ଲ ସାହୁ, ଦିନବନ୍ଧୁ ସାହୁ, ଡୋଲାମଣି ସାହୁ, ଗିରିଧାରୀ ମାଝୀ, ବିନୋଦ ସାହୁ, ଯୁବ ବିଜେଡି ଡିଜିଟାଲ ସଂଯୋଜକ ତ୍ରିଶଙ୍କ ରଣା ପ୍ରମୁଖ ଯୋଗଦେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ସହ ତାଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସଂକଳ୍ପ ନେଇଥିଲେ। ବିଜେଡ଼ିର ନର୍ଲା ବିଧାନସଭା ପ୍ରାର୍ଥୀ ମନୋରମା ମହାନ୍ତି ଓ କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ବିଜୟୀ କରିବା ପାଇଁ ସଭାରେ ଉପସ୍ଥିତ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି, କର୍ମୀ, ବରିଷ୍ଠ ନେତା ସ୍ବକିୟ ମତ ପ୍ରକାଶ କରିଥିଲେ। ଏହି ଅବସରରେ ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.