ସମ୍ବର୍ଦ୍ଧିତ ହେଲେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ

୧୦୦୦ ଦିନର କାର୍ଯ୍ୟ ସମାପନ କଲେ କୁଳପତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ୧୦୦୦ ଦିନ କାର୍ଯ୍ୟ ସମାପନ କରିଛନ୍ତି। ଏହି ଅବସରରେ ଶୁକ୍ରବାର ତାଙ୍କୁ ସମ୍ମାନିତ କରାଯାଇଥିଲା ।

Omkar Vasthu
Omkar Vasthu

ଏହି ପରିପ୍ରେକ୍ଷୀରେ ବିଶ୍ଵବିଦ୍ୟାଳୟ ଅଣଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ସଭାପତି ଉପେନ୍ଦ୍ର ପ୍ରସାଦ ଜେନା, ସମ୍ପାଦକ ପ୍ରଦୀପ କୁମାର ଗାଆଣଙ୍କ ନେତୃତ୍ବରେ ସମସ୍ତ କର୍ମଚାରୀ କୁଳପତିଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କୁଳସଚିବ କୁକୁମିନା ଦାସ, ବିତ୍ତ ନିୟନ୍ତ୍ରକ କରନ୍ ସୋରେନ ଉପସ୍ଥିତ ଥିଲେ । କୁଳପତି ପ୍ରଫେସର ତ୍ରିପାଠୀ କେକ୍ କାଟି ଉକ୍ତ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଆୟୋଜକ କର୍ମକର୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ସୂଚନା ଯୋଗ୍ୟ ଯେ, ପ୍ରଫେସର ତ୍ରିପାଠୀ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଯୋଗ ଦେବା ପରେ ବହୁମୁଖୀ ଉନ୍ନତିମୂଳକ କାର୍ଯ୍ୟକ୍ରମ କରିଛନ୍ତି । ତାଙ୍କ ତତ୍ତ୍ୱାବଧାନରେ ଏଫଏମୟୁକୁ ନଆକ୍ ଟିମ୍ ଏ ଗ୍ରେଡ୍ ମାନ୍ୟତା ଦେଇଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.