କଣ୍ଟାମାଳ ସମ୍ବାଦ ସାହିତ୍ୟ ଘର ଆଲୋଚନାଚକ୍ର : ସାହିତ୍ୟରେ ରାମାୟଣ ପ୍ରସଙ୍ଗ ଏକ ଅଧ୍ୟୟନ

ଓଡ଼ିଆ ବାର୍ତ୍ତା/ ବୌଦ୍ଧ (ମମତା ମହାକୁର): କଣ୍ଟାମାଳ ସମ୍ବାଦ ସହିତ୍ୟଘର ଓ ପଲସାଗୋରା ମା’ ଭୈରବୀ କଳାପରିଷଦ କ୍ଲବ ଆନୁକୂଲ୍ୟରେ ଏକ ଆଲୋଚନାଚକ୍ର “ସାହିତ୍ୟରେ ରାମାୟଣ” ସମ୍ବାଦ ସାହିତ୍ୟ ଘର ସଭାପତି ନାଟ୍ୟକାର ହରିହର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଲସାଗୋରା ମକର ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ସାହିତ୍ୟଘର ସଂପାଦକ ଲକ୍ଷ୍ମଣ ମହାପାତ୍ର ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ କହିଥିବା ବେଳେ ଅଧ୍ୟାପକ ଦେବଦାସ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାମାୟଣ ହିଁ ଜୀବନକୁ ଶୃଂଖଳା ଦେଇ ପାରିଛି ଓ ସତ ସାହିତ୍ୟର ସୃଷ୍ଟି ବୋଲି କହିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ କବି ଲକ୍ଷ୍ମୀନାରାୟଣ ସାହୁ ଯୋଗ ଦେଇ ରାମକଥାରେ କବିଙ୍କ ଆଲୋଚନା ଭିନ୍ନ ଏକ ବାର୍ତ୍ତା ସମାଜକୁ ପ୍ରେରଣ କରୁଛି ବୋଲି କହିଥିଲେ। ଭୈରବୀ କଳା ପରିଷଦର ସଭାପତି ବସନ୍ତ ଖେତୀ ଓ ସଂପାଦକ ମନୋଜ ମହାନ୍ତି ଉପସ୍ଥିତ କବିମାନଙ୍କୁ ଭବ୍ୟ ସ୍ୱାଗତ ଜଣେଇଥିଲେ। କବି ରଂଜୁ ଅମାତଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ କବି ରାଜକିଶୋର ସାହୁ, ସଂଜୀବ ପ୍ରହରାଜ, ବିଶ୍ୱଜିତ ପଣ୍ଡା, ପ୍ରଭାତ ଖମାରି, ଗୋପାଳକୃଷ୍ଣ ପ୍ରଧାନ, ରଞ୍ଜନ ପାତ୍ର, ଈଶ୍ୱର ସାହୁ ପ୍ରମୁଖ ଯୋଗ ଦେଇ ରାମକଥାରେ କବିତା ପାଠ କରି ଏକ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟ ଘର ସଦସ୍ୟ ବାମନ ଚରଣ ମହାନ୍ତି, ସୁଶୀଲ ପ୍ରଧାନ ଓ ମା ଭୈରବୀ କଳାପରିଷଦର ସଦସ୍ୟମାନେ ଯୋଗଦେଇ ସମ୍ବାଦ ସାହିତ୍ୟଘର କଣ୍ଟାମାଳର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।ଶେଷରେ ସମ୍ବାଦ ସହିତ୍ୟଘର କଣ୍ଟାମାଳର ଉପସଭାପତି ଦିଲ୍ଲୀପ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.