ମନିଷ ଦିୱାଙ୍ଗନଙ୍କ ନିଆରା ପ୍ରୟାସ

ଓଡ଼ିଆ ବାର୍ତ୍ତା (ରାହୁଲ ବାଗ): ନୂଆପଡା ଜିଲ୍ଲା ଖରିଆର ରୋଡ ସହରର ମନିଷ ଦିୱାଙ୍ଗନଙ୍କ ନିଆରା ପ୍ରୟାସ ଫଳରେ ଦେର ଭବିଷ୍ୟତ ବୋଲାଉଥିବା ଛୋଟ ଛୋଟ କୁନି ଛୁଆ ମାନଙ୍କ ମୁହଁରେ ହସ ଫୁଟିଛି। ପ୍ରକାଶ ଯେ, ଖରିଆର ରୋଡ ସହର ୱାର୍ଡ ନଂ ୪ ବଜାର ପଡ଼ାର ୧ ରୁ ୫ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଥିବା ଛୋଟ ଛୋଟ କୁନି ପିଲାମାନେ ସମସ୍ତେ ଚଳିତ ବର୍ଷ ଭଲ ମାର୍କ ରଖି ଉତୀର୍ଣ୍ଣ ହୋଇଛନ୍ତି। ସେଥିପାଇଁ ବିଜୁ ଛାତ୍ର ଜନତା ଦଳର ଖରିଆର ରୋଡ ନଗର ସଭାପତି ମନିଷ ଦିୱାଙ୍ଗନ ସେହି ଛୋଟ ପିଲାମାନଙ୍କୁ ପାଠ ପଢିବାକୁ ଉତ୍ସାହିତ କରିବା ପାଇଁ ନୋଟ ବୁକ, ରଙ୍ଗ ବାକ୍ସ, ପେନସିଲ ପ୍ରଦାନ କରିଛନ୍ତି। ନିଶ୍ଚିତ ଭାବରେ ମନିଷଙ୍କ ଛୋଟ ପିଲାମାନଙ୍କୁ ପାଠ ପଢିବା ପାଇଁ ଉତ୍ସାହିତ କରିବା ନିଆରା ପ୍ରୟାସକୁ ଅଂଚଳରେ ଲୋକେ ଭୁରି ଭୁରି ପ୍ରଶଂସା କରୁଛନ୍ତି। ସମାଜ ପାଇଁ ମନିଷ ଏକ ଉଦାହରଣ ପାଲଟିଛନ୍ତି ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.