ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ଗୋତୋମୁଣ୍ଡାରେ ଭିକେ ପାଣ୍ଡିଆନଙ୍କ ପ୍ରଚାର 

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): କଳାହାଣ୍ଡି ସାଂସଦୀୟ କ୍ଷେତ୍ରକୁ ନିର୍ବାଚନୀ ପ୍ରଚାରରେ ଆସି ବିଜେଡି ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ତଥା ‘୫-ଟି’ ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ଶନିବାର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକର ଗୋତମୁଣ୍ଡାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଶ୍ରୀ ପାଣ୍ଡିଆନ ବିକାଶ ପ୍ରସଙ୍ଗରେ ବିରୋଧୀ ଦଳକୁ ସିଧା ଟାର୍ଗେଟ୍ କରିଛନ୍ତି। ନବୀନ ସରକାର ମାତ୍ର ଦୁଇ ସପ୍ତାହ ମଧ୍ୟରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିଥିବାବେଳେ ସେମାନଙ୍କ ପୁରୁଣା ଗ୍ୟାରେଣ୍ଟି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି। ‘ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ଓଡ଼ିଶାରେ ବିକାଶ ଆଗେଇଛି। ଆପଣ ଯାହା ମାଗିଥିଲେ ତାହା ମିଳିଛି। ଏଇଟା ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି। ଶଙ୍ଖ ଚିହ୍ନର ଗ୍ୟାରେଣ୍ଟି।’ ବୋଲି କହିଛନ୍ତି ପାଣ୍ଡିଆନ।

Omkar Vasthu
Omkar Vasthu

ଧର୍ମଗଡ଼ ମୋର ଜନ୍ମଭୂମି କହିଲେ ଅତ୍ୟୁକ୍ତି ହେବ ନାହିଁ, ଆପଣଙ୍କ ସେହି ୨୦ ବର୍ଷ ତଳର ଭଲ ପାଇବା ଆଜି ମଧ୍ୟ ମୋ ଉପରେ ଅଛି, ମୁଁ ଦେଖିଛି ଏହି ଗୋତମୁଣ୍ଡା ରାସ୍ତା ପଡ଼ିଆ ପରି ରହିଥିଲା, ଶଗଡ଼ ଗାଡି ଚାଲିବା ମଧ୍ୟ କଷ୍ଟକର ହୋଇଥିଲା। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରାସ୍ତାକୁ ଚାରିଥାକିଆ ରାସ୍ତା କରି ଏଅଞ୍ଚଳର ଗମନାଗମନକୁ ସୁଗମ କରିଛନ୍ତି ବୋଲି ପାଣ୍ଡିଆନ କହିବା ସହ ଗତ ମେ’ ମାସରେ କଳାହାଣ୍ଡି ଗସ୍ତ ସମୟରେ ପାଇଥିବା ଆବେଦନପତ୍ର ଉପରେ ମୁଖ୍ୟମନ୍ତ୍ରୀ କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତା’ର ହିସାବ ମଧ୍ୟ ଦେଇଛନ୍ତି। ଏବଂ ବିଜେଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ପାଇଁ ଯୋଡ଼ି ଶଙ୍ଖରେ ଭୋଟ ଦେଇ ଜିତାଇବାକୁ ଆହ୍ବାନ ଦେଇଛନ୍ତି। ଶ୍ରୀ ପାଣ୍ଡିଆନ ଉଦବୋଧନ ଦେଇ ସଭା ସ୍ଥଳରୁ ପ୍ରତ୍ୟାବର୍ତ୍ତନ ପରେ ଏକ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ ଓ ବିଜେପି ଦଳରୁ ୫ ଶହରୁ ଊର୍ଦ୍ଧ୍ବ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ସେମାନଙ୍କୁ ଦଳ ପକ୍ଷରୁ ଧର୍ମଗଡ଼ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଓ ବିଧାୟକ ମୈଷଧୀ ବାଗ ପ୍ରମୁଖ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ସମାବେଶରେ କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବ୍ଳକ ବିଜେଡି ସଭାପତି ସୁଶାନ୍ତ ବେହେରା, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଧର୍ମଗଡ଼ ବ୍ଳକ ବିଜେଡି ସଭାପତି ଟିକମନ ଯାଦବ ସମେତ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ୧୦ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କ ସମାଗମ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.