ଲାଞ୍ଜିଗଡ଼: ବିଜେପି ସାଂସଦ ପ୍ରାର୍ଥୀ ମାଳବିକା ଦେଓ ଏବଂ ବିଧାୟକ ପ୍ରାର୍ଥୀ ରମେଶ ମାଝୀଙ୍କ ମାରାଥନ୍ ପ୍ରଚାର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ରେ ତାତି ଯେତିକି ବଢୁଛି ରାଜନୈତିକ ଉଷ୍ମତା ମଧ୍ୟ ସେତିକି ଦେଖିବାକୁ ମିଳୁଛି। ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାରକୁ ଜୋରଦାର କରିଛି ବିଜେପି। ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ଗାଁ ଗାଁରେ କଳାହାଣ୍ଡି ବିଜେପି ସାଂସଦ ପ୍ରାର୍ଥୀ ମାଳବିକା ଦେଓ ଏବଂ ଲାଞ୍ଜିଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ରମେଶ ମାଝୀ ମାରାଥନ୍ ପ୍ରଚାର  କରିଛନ୍ତି। ଲାଞ୍ଜିଗଡ଼ ବ୍ଲକ ୯ଟି ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଛନ୍ତି ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ। ଗାଁ ମାନଙ୍କୁ ଯାଇ ଉପସ୍ଥିତ ସମସ୍ତ ଛାତ୍ର ଓ ଯୁବ ଭୋଟରଙ୍କୁ ସ୍ଵାଗତ କରିବା ସହ ଆଗାମୀ ନିର୍ବାଚନରେ ବିଧାନସଭା ଓ ଲୋକସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ବହୁ ମାତ୍ରାରେ ଜୟଯୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି। ଏହାସହ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ସମସ୍ତେ ଶପଥ ନେଇଥିଲେ। ଏହି ପରିପ୍ରେକ୍ଷୀରେ ଶତାଧିକ ନୂତନ ଭୋଟର ସହ ବିଜେଡ଼ି ଓ କଂଗ୍ରେସ କର୍ମୀ ବିଜେପିରେ ମିଶିଥିଲେ। ସେମାନଙ୍କୁ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ। ଏଥିରେ ପୂର୍ବତନ ସାଂସଦ ପ୍ରାର୍ଥୀ ଅର୍କ କେଶରୀ କେଶରୀ ଦେଓ, ବିଶ୍ୱନାଥପୁର ମଣ୍ଡଳ ସଭାପତି ଶୁକ୍ରୁ ମାଝୀ, ଲାଞ୍ଜିଗଡ଼ ମଣ୍ଡଳ ସଭାପତି ନିରଞ୍ଜନ ବିଭାର, ଜିଲ୍ଲା ପ୍ରତିନିଧି ତୁଳସୀ ମାଝୀ, ବିଜେପି ଯୁବନେତା ସୁରେନ୍ଦ୍ର ବେନାଳ, ନରେନ୍ଦ୍ର ବେହେରା, ସଞ୍ଜୟ ସାହୁ, ଉମାକାନ୍ତ ରାଜୁଙ୍କ ସମେତ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.