ଜୟପାଟଣାରେ ଭିକେ ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟପାଟଣା ବଜାର ପଡିଆ ଠାରେ ବିଜୁ ଜନତା ଦଳର ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଅଛି। ଶନିବାର ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ଷ୍ଟାର୍ ପ୍ରଚାରକ ତଥା ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗଦେଇ ସମବେତ ଜନତାଙ୍କୁ ସମ୍ବୋଧିତ କରିଥିଲେ। ଏହି ପରିପ୍ରେକ୍ଷୀରେ ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀ ଏବଂ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ସପକ୍ଷରେ ପ୍ରଚାର କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ସମବେତ ଜନତା ବୁଝାଇ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଲୋକେ ଯୋଗଦେଇଥିଲେ। ଏହି ଅବସରରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଦିତୀୟ ଥର ପାଇଁ ବିପୁଳ ସଂଖ୍ୟାରେ ଭୋଟ ଦେଇ ପୁଣିଥରେ ବିଧାନ ସଭାକୁ ପଠାଇବା ପାଇଁ ଜନତାଙ୍କୁ ଅନୁରୋଧ କରିଥିଲେ। ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭୋଟ ଭିକ୍ଷା କରି ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଉଭୟ ଲୋକସଭା ପ୍ରାର୍ଥୀ ଏବଂ ବିଧାନ ସଭା ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବା ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ସଭାରେ ବିଜୁ ଜନତା ଦଳର ଜିତେନ୍ଦ୍ର ନାରାୟଣ ସିଂହଦେଓ, ରାଜ୍ୟ କାର୍ଯ୍ୟକାରି ସଭାପତି ଅଭିନାଶ ଠାକୁର, ରାଜ୍ୟ ଯୁବ ବିଜେଡ଼ି ଉପସଭାପତି ଅବିନାଶ ମାହାନ୍ତି, ବିଜେଡ଼ି ବ୍ଳକ ସଭାପତି ମିନକେତନ ପୁଝାରୀ, ବ୍ଳକ ବିଜେଡ଼ି ସମ୍ପାଦକ ୟୁସୁଫ ଖାଁ, ଜିଲ୍ଲା ଯୁବ ବିଜୁ ଜନତା ଦଳ ଉପସଭାପତି ନିବାସ ଅଲ୍ଲୀ, ବିଜେଡ଼ି ଜୟପାଟଣା ବ୍ଲକ ଯୁବ ସଭାପତି ଅମ୍ବୁଜ ଧଙ୍ଗଡା ମାଝୀ, ବିଜୁ ଛାତ୍ର ଜନତା ଦଳ ବ୍ଳକ ସଭାପତି ମସୀମ ଖାଁ, ଏବଂ ବିଜେଡ଼ି ଦଳର ଥୁଆମୁଲ ରାମପୁର ବ୍ଳକ ଭବାନୀପାଟଣା ବ୍ଳକ ଲାଞ୍ଜିଗଡ଼ ବ୍ଲକର ସଭାପତି ତଥା ବରିଷ୍ଠ ନେତା ପ୍ରମୁଖ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.