ନାମାଙ୍କନ ପତ୍ର ଦାଖଲ କଲେ ପ୍ରଦୀପ ଅମାତ ଓ ମହିଧର ରଣା

ଓଡ଼ିଆ ବାର୍ତ୍ତା/ ବୌଦ୍ଧ (ମମତା ମହାକୁର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ସୋମବାର ଦିନ ବୌଦ୍ଧ ଜିଲ୍ଲାର ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜିଲ୍ଲାରେ ବିଜୁ ଜନତା ଦଳ ପ୍ରଥମ ପର୍ଯ୍ୟାୟରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ପ୍ରଥମେ ବୌଦ୍ଧ ଜିଲ୍ଲା ବିଧାନସଭା ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ତାଙ୍କ ସମର୍ଥକ, ପ୍ରସ୍ତାବକ ଏବଂ କଣ୍ଟାମାଳ ବିଧାନସଭା ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ମହୀଧର ରଣାଙ୍କ ସମର୍ଥକ, ପ୍ରସ୍ତାବକଙ୍କ ସମେତ ହଜାର ହଜାର ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାର ରାମଲୀଳା ପଡିଆରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଂଚି ଥିଲେ। ପରେ ପ୍ରଥମେ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ଉପଜିଲ୍ଲାପାଳଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ କଣ୍ଟାମାଲ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ମହୀଧର ରଣା ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନ ନୀତି ନିୟମ ଓ ନିର୍ଦ୍ଧିଷ୍ଟ ସମୟ ଭିତରେ ବୌଦ୍ଧ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଦୁଇ ବିଧାୟକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପାଖରୁ ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.