ଦିନିକିଆ ନୂଆପଡ଼ା ଗସ୍ତରେ ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଦିନିକିଆ ଗ୍ରସ୍ତରେ ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ନୂଆପଡାକୁ ଆସି ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ | ପୂର୍ବରୁ ଏପ୍ରିଲ ୧୫ ତାରିଖରେ ଦକ୍ଷିଣ ପଶ୍ଚିମ ଅଂଚଳର କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସମୀକ୍ଷା ବୈଠକ କରିସାରିବା ପରେ ଆଜି କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ସମୀକ୍ଷା ବୈଠକ ନୂଆପଡା ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ଅତିରିକ୍ତ ଡିଜି ସଞ୍ଜୟ କୁମାର, ଏଡିଜି (ଅପରେସନ )ଏସ ଦେବ ଦତ୍ତା ସିଂ, ଡିଆଇଜି ଏସଆଇଡବ୍ଲୁ ବିଶାଳ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମିନା, ନୂଆପଡା ଏସପି ଜିଆର ରାଘବେନ୍ଦ୍ର ଓ କଳାହାଣ୍ଡି ଏସପି ଅବିଲାଶ ଜି ପ୍ରମୁଖ ଉପସ୍ଥିତ ଥିଲେ | ତେବେ ଆଜି ସୋମବାର ଓଡିଶା ଛତିଶଗଡ ସୀମାନ୍ତରେ ଥିବା ଚେକ ପୋଷ୍ଟକୁ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ | ନିର୍ବାଚନର ପ୍ରାକ ପ୍ରସ୍ତୁତି ଏବଂ ଏହି ୩ ମାସ ପୂର୍ବରୁ ଆଜି ପର୍ଯ୍ୟନ୍ତ କଣ ସବୁ ସୁରକ୍ଷା ବ୍ୟବସ୍ଥା ପଦକ୍ଷେପ ଗ୍ରହଣ କରାଯାଇଛି ତାର ଉପରେ ବିଶେଷ ଆଲୋଚନା ହୋଇଥିଲା | ଜାନୁଆରୀ ମାସ ପ୍ରଥମ ସପ୍ତାହରୁ ନିର୍ବାଚନ ସମ୍ବନ୍ଧୀୟ ପ୍ରତିଷେଧକ ମୂଳକ ବ୍ୟବସ୍ଥାରେ ବିଭିନ୍ନ ପ୍ରକାରର ପଦକ୍ଷେପ ନେଇଛୁ | ୱାରେଣ୍ଟ ଏକଜୁକେସନ କରିବା, ଚୋରା ମଦ, ମାଦକ ଦ୍ରବ୍ୟ ତାର ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ଏବଂ ବୋଡ଼ର ଚେକ ପୋଷ୍ଟ ସ୍ଥାପନ କରିବା, କ୍ରାଇମ ସ୍କୁଆର୍ଡ଼ ଗଠନ କରି ଚେକିଙ୍ଗ କରିବା, ବ୍ଲକିଙ୍ଗ କରିବା, ଫ୍ଲାଗ ମାର୍ଚ୍ଚ କରିବା ଭଳି ପଦକ୍ଷେପ ଗ୍ରହଣ କରାଯାଇଛି | ୱାରେଣ୍ଟ ଗୁଡିକୁ ଏକଜୁକେସନ କରାଯିବା ସହିତ ଗଣ୍ଡଗୋଳ କରିବା ଆଶଙ୍କା ଥିବା ବ୍ୟକ୍ତିଙ୍କୁ ସିଆରପିସିର ବିଭିନ୍ନ ଦଫା ସେଥିରେ ମୁକଡ଼ମା କରି ତାଙ୍କଠୁ ଭଲ ବ୍ୟବହାରର ବଣ୍ଡ ନେବା ଭଳି ପଦକ୍ଷେପ ଚାଲୁ ରହିଛି | ଏହା ସହିତ କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ବିଶେଷ ସଫଳତା ସହିତ ୱାରେଣ୍ଟ ଏକଜୁକେସନ କରିଛନ୍ତି | ଏହି ଦୁଇଟି ଜିଲ୍ଲାରେ ପ୍ରାୟ ୨ ହଜାରରୁ ଉର୍ଦ୍ଧ ବୁଥ ଅଛି ସେହି ବୁଥ ଗୁଡିକର ସମ୍ବେଦନଶୀଳତା ଉପରେ ମଧ୍ୟ ଆଲୋଚନା କରାଯାଇଛି | ଏହି ଦୁଇଟି ଜିଲ୍ଲା ଛତିଶଗଡ ସୀମାନ୍ତକୁ ଲାଗିଥିବା ବେଳେ ପାଖାପାଖି ୧୩ ଟି ବୋଡ଼ର ଚେକ ପୋଷ୍ଟ ସୀମାନ୍ତରେ ପ୍ରାୟ ୨ ମାସରୁ ଉର୍ଦ୍ଧ ହେବ କାର୍ଯ୍ୟକାରୀ ରହିଛି | ନିୟମିତ ସେଠାରେ ଚେକିଙ୍ଗ କରାଯାଉଛି | ଚେକିଙ୍ଗରେ ବିଭିନ୍ନ ସମୟରେ ଟଙ୍କା ଓ ଅବୈଧ ସାମଗ୍ରୀ ଉଦ୍ଧାର ହୋଇଛି | ଏହି ଦୁଇଟି ଜିଲ୍ଲା ମାଓ ଅଧିସୁତ ଜିଲ୍ଲା ଅଟେ | ବିଶେଷ କରି ନୂଆପଡା ଜିଲ୍ଲାର ଛତିଶଗଡ ସୀମାନ୍ତ ଅଂଚଳରେ ମାଓ କାର୍ଯକଳାପ ରହିଛି | ବିଭିନ୍ନ ମାଓ ଗ୍ରୁପ ଉପରେ ଆମେ ତୀକ୍ଷ୍ଣ ନଜର ରଖିଚୁ ତା ସହିତ ଯେଉଁ ସବୁ ସର୍ଚ୍ଚ ଅପରେସନ କରିବାର ଅଛି ତାହା ଲଗାତାର ଭାବେ ଚାଲୁ ରହିଛି | ଆଗାମୀ ଦିନରେ ମାଓବାଦୀ ମାନେ ନିର୍ବାଚନ ପ୍ରକ୍ରିୟାରେ କୌଣସି ପ୍ରକାରର ବାଧା ନ ଦେବେ ସେଥିପାଇଁ ଗୁଇଁନ୍ଦା ବିଭାଗ ଓ ଅପରେସନକୁ ଗୁଣାତ୍ମକ ଭାବେ ବୃଦ୍ଧି କରାଯାଇଛି | ବର୍ତ୍ତମାନ ୧୦ ଟି କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧଶସ୍ତ୍ର ବାହନୀ ଉପସ୍ଥିତ ଅଛନ୍ତି | ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯିବ | ତେବେ ଏକ ନିରପେକ୍ଷ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ଆମର ଲକ୍ଷ ରହିବ | ଏଥିରେ ଜନସାଧାରଣ ଆମକୁ ସହଯୋଗ କରିବେ ବୋଲି ଆଶା କରୁଛୁ ବୋଲି ଡିଆଇଜି ଶ୍ରୀ ଷଡ଼ଙ୍ଗୀ ଗଣମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.