କେସିଙ୍ଗା ଅଞ୍ଚଳରେ ମନୋରମା ମହାନ୍ତିଙ୍କ ମାରାଥନ୍ ପ୍ରଚାର

ତୃଣମୂଳ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଯୋଜନା କଥା କହିଲେ ନର୍ଲା ବିଜେଡ଼ି ବିଧାୟିକା ପ୍ରାର୍ଥୀନୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରଚଣ୍ଡ ରୌଦ୍ରତାପକୁ ଭୃକ୍ଷେପ ନକରି ପ୍ରଚାର ମୈଦାନରେ ନର୍ଲା ବିଧାନସଭା ବିଜେଡି ପ୍ରାର୍ଥିନୀ ମନୋରମା ମହାନ୍ତି ମାଡି ଚାଲିଛନ୍ତି। ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାରକୁ ଅଧିକ ତୀବ୍ରତର କରିଛନ୍ତି ଶ୍ରୀମତୀ ମହାନ୍ତି। ଗୁରୁବାର ନିଜ ସମର୍ଥକ ମାନଙ୍କ ଗହଣରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକର କଶୃପଡା, ନୁନମାଟ, କନ୍ତେଶିର ଆଦି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ନବୀନ ସରକାରର ଜନ ହିତକର ଯୋଜନା ଗୁଡିକ ଉପସ୍ଥାପନ କରିବା ସହିତ ଯୋଡ଼ି ଶଙ୍ଖରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ  ନିବେଦନ କରିଥିଲେ। ତାଙ୍କ ସହିତ ଉକ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଦସ୍ୟମାନେ ଉପସ୍ଥିତ ରହିଥିବାବେଳେ କେସିଙ୍ଗା ବ୍ଲକ ଛାତ୍ର ବିଜେଡି ସଭାପତି ଶୁଭେନ୍ଦୁ ସାହୁ, ବରିଷ୍ଠ ବିଜେଡି ଜିଲ୍ଲା କର୍ମକର୍ତ୍ତା ଡ଼ଃ ଭବାନୀଶଙ୍କର ନିଆଲ, କେସିଙ୍ଗା ଜୋନ୍-୧ ଜିଲ୍ଲା ପରିଷଦ ସଦସ୍ୟ ପ୍ରମୁଖଙ୍କ ସହ ଶତାଧିକ ଯୁବକ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ। ନର୍ଲା ବିଜେଡି ବିଧାୟିକା ପ୍ରାର୍ଥୀନୀ ଘର ଘର ବୁଲି ଭୋଟ ଭିକ୍ଷା କରୁଥିବା ସମୟରେ ମହିଳାମାନେ ତାଙ୍କୁ ବନ୍ଦାପନା କରି ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.