ଲୁମେରସିଙ୍ଗାରୁ ତୁଳାପଡା ପର୍ଯ୍ୟନ୍ତ ପ୍ରଚାର କଲେ ବିଜେପି ପ୍ରାର୍ଥୀ ଅନିରୁଦ୍ଧ ପଧାନ

‘ରାଜ୍ୟବାସୀ ଏଥର ପରିବର୍ତ୍ତନ ଚାହୁଁଛନ୍ତି, ଡବଲ ଇଞ୍ଜିନ ସରକାର ହେବ’

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ନିର୍ବାଚନ ମଣ୍ଡଳୀରେ ତ୍ରୀମୁଖି ପ୍ରତିଦ୍ୱନ୍ଦିତା ହେବ ବୋଲି ଆକଳନ କରାଯାଉଛି। ଏଥର ନର୍ଲାରେ ବିଜେଡ଼ି ପ୍ରାର୍ଥୀ ମନୋରମା ମହାନ୍ତି, ବିଜେପି ପ୍ରାର୍ଥୀ ଅନିରୁଦ୍ଧ ପ୍ରଧାନ, କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସଙ୍କ ସମେତ ୧୨ଜଣ ଦଳୀୟ ଏବଂ ସ୍ବାଧିନ ପ୍ରାର୍ଥୀ ଲଢେଇ କରୁଛନ୍ତି। ନିର୍ବାଚନୀ ପ୍ରଚାରରେ ସମସ୍ତ ପ୍ରାର୍ଥୀ ଲାଗି ପଡିଥିବାବେଳେ ବିଜେପି ପ୍ରାର୍ଥୀ ଅନିରୁଦ୍ଧ ପଧାନ ନିଆରା ଢ଼ଙ୍ଗରେ ପ୍ରଚାର କରୁଥିବା ଦେଖାଯାଇଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହର ଘର ଜଲ ଯୋଜନା, ଉଜ୍ୱଳା ଯୋଜନା, ମୋଦୀ ଗ୍ୟାରେଣ୍ଟି ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବାର୍ତ୍ତା ନେଇ ତୃଣମୂଳ ସ୍ତରରେ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ଶ୍ରୀ ପଧାନ ନିଜ ସମର୍ଥଙ୍କୁ ନେଇ ଗୁରୁବାର ସକାଳୁ ନର୍ଲା ବ୍ଲକ ଅଧିନସ୍ଥ ସେରଗଡ ଗ୍ରାମ ପଞ୍ଚାୟତର ଲୁମେରସିଙ୍ଗାରୁ ତାଙ୍କର ପ୍ରଚାର ଆରମ୍ଭ କରିଥିଲେ। ଲୁମେରସିଙ୍ଗାରୁ ତୁଳାପଡା ଗ୍ରାମ ପଞ୍ଚାୟତ ଯାଏଁ ୧୮ ଗୋଟି ଗ୍ରାମରେ ଦିନ ତମାମ ତାଙ୍କର ପ୍ରଚାର ଚାଲିଥିଲା। ‘ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଆଜି ଦେଶ ଗର୍ବିତ। ରାଜ୍ୟବାସୀ ଏବେ ପରିବର୍ତ୍ତନ ଚାହୁଁଛନ୍ତି। ତେଣୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେବ। ନର୍ଲା ବିଧାୟକ ଭାବେ ଜନତା ମୋତେ ନିର୍ବାଚିତ କରିବେ ଏବଂ ବିଜେପି ସାଂସଦ ପ୍ରାର୍ଥୀ ମାଳବିକା କେଶରୀ ଦେଓଙ୍କୁ ମଧ୍ୟ ଆଶିର୍ବାଦ କରିବେ’ ବୋଲି ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ଅନିରୁଦ୍ଧ ପଧାନ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.