କଂଗ୍ରେସର ମାରାଥନ ପ୍ରଚାର: ମଇଦାନରେ ପିସିସି ସଭାପତି ଶରତ ପଟ୍ଟନାୟକ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ବିଧାନସଭା ଆସନରେ ଏଥର ଚତୁର୍ମୁଖୀ ଲଢେଇ ହେବକୁ ଅଛି। ଜଣେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ ଓ ୩ ଜଣ ଦଳୀୟ ପ୍ରାର୍ଥୀ ବିଜେଡିର ରାଜେନ୍ଦ୍ର ଢୋଲକିଆ, ବିଜେପିର ଅଭିନନ୍ଦନ ପଣ୍ଡା ଓ କଂଗ୍ରେସର ଶରତ ପଟ୍ଟନାୟକ। ୩ ଦଳୀୟ ପ୍ରାର୍ଥୀ ମଧ୍ୟରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ପିସିସି ମୁଖିଆ ଶରତ ପଟ୍ଟନାୟକ ମାରାଥନ ପ୍ରଚାର କରୁଛନ୍ତି। ଏହି ଅବସରରେ ଗୁରୁବାର ଶ୍ରୀ ପଟ୍ଟନାୟକ ନୂଆପଡା ନିର୍ବାଚନ ମଣ୍ଡଳୀର କୋମନା ସହରରେ ଏକ ବ୍ଲକ ପାର୍ଟି କାର୍ଯ୍ୟାଳୟ ଉଦଘାଟନ କରିଥିଲେ। ପରେ କୋମନା ବ୍ଲକ ପଏଁର, କୋମନା, କୋନାବିରା ଓ ପେଣ୍ଡ୍ରାବନ୍ଦ ଗ୍ରାମପଂଚାୟତର ବିଭିନ୍ନ ଗ୍ରାମସବୁରେ ନିର୍ବାଚନୀ ପ୍ରଚାର କରିଥିଲେ। ତେବେ କୋନାବିରା ଗାଁରେ ଶ୍ରୀ ପଟ୍ଟନାୟକଙ୍କର ଉପସ୍ଥିତରେ କିଛି ବିଜେଡି କର୍ମୀ ବିଜେଡି ଛାଡି କଂଗ୍ରେସରେ ଯୋଗଦାନ କରିଥିଲେ। ସଭାକୁ ଆସିଥିବା ମାଁ ମାଉସୀ ମାନଙ୍କ ସହିତ ତଳେ ବସି ତାଙ୍କର ସମସ୍ୟା ବିଷୟରେ ବୁଝିଥିଲେ। ପରେ ନିଜେ ଉପସ୍ଥିତ ସ୍ଥାନୀୟ ଲୋକଙ୍କୁ ପାଣି ପିଇବାକୁ ଦେଇଥିଲେ। ଏହାକୁ ଦେଖି ସ୍ଥାନୀୟ ଅଂଚଳରେ ଲୋକେ ଶ୍ରୀ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ। ତେବେ ଏହି ପରିପେକ୍ଷୀରେ ଶ୍ରୀ ପଟ୍ଟନାୟକ ନିଜେ ସାଂସଦ ଥିବା ସମୟରେ ଓ କଂଗ୍ରେସ ଶାସନ ସମୟରେ ଯେଉଁସବୁ ବିକାଶ ଓ ଉନ୍ନତି ହୋଇଥିଲା ସେନେଇ ବିବରଣୀ ଦେଇଥିଲେ। ଏହାସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିକାଶ ନାଁରେ କେବଳ ଦୁର୍ନୀତି ଓ ଭାଷ୍ଟାଚାର କରି ସାଧାରଣ ଜନତାକୁ ଠକିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ନିଜର ମତ ପ୍ରକାଶ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.