ସ୍ବଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ଜଳ ଛତ୍ରର ଶୁଭ ଉଦ୍ଘାଟନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡl ପକ୍ଷରୁ ସଂଗଠନର ସଭାପତି ତଥା ପ୍ରତିଷ୍ଠାତା ସ୍ୱର୍ଗୀୟ ଲକ୍ଷ୍ମୀ ନାରାୟଣ ମେହେରଙ୍କ ସ୍ମୃତି ଉଦ୍ଧେଶ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ଏକ ଜଳଛତ୍ରର ଶୁଭାରମ୍ଭ କରଯାଇଛି। ସର୍ଵସଧାରଣଙ୍କ ପାଇଁ ଉଦ୍ଧିଷ୍ଟ ଏହି ମହତ କାର୍ଯ୍ୟକ୍ରମକୁ ମା ସୁରେଶ୍ଵରୀ ଙ୍କ ଆଜ୍ଞାମାଳ ଆସିବା ପରେ ପ୍ରତିଷ୍ଠାତା ସଭ୍ୟ ପଦ୍ମାବତୀ ମେହେର, ପୂର୍ବତନ ବିଧାୟକ ତଥା ବରିଷ୍ଠ ଆଇନଜୀବୀ ଅଚ୍ୟୁତ ବିଶ୍ଵାଳ ଓ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଶୁଭ ଉଦ୍ଘାଟନ କରିଥିବା ବେଳେ ସ୍ୱଚ୍ଛ ଭାରତ ସଂଗଠନର ସଭାପତି ସାୟଦ ଅଲିମୂଲ୍ ଇସଲାମ, ଉପଦେଷ୍ଟା ଗରିବ ଲୋଇ, ଇନ୍ଦୁମତି ପୁରୋହିତ, ଆଇନଜୀବୀ ପ୍ରଦୀପ ପୁରୋହିତ ଅତିଥି ଭାବରେ ଯୋଗଦେଇ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ। ଲୋକ ମାନଙ୍କୁ ଆଜି ଥଣ୍ଡା ପାଣି ଓ ଦହି ସର୍ବତ ବଣ୍ଟନ କରଯାଇଥିଲା। ସମ୍ପାଦକ ମନୋରଞ୍ଜନ ତ୍ରୀପାଠୀଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଭ୍ୟ ରାମଚନ୍ଦ୍ର ଅଗ୍ରୱାଲା, ମନୋଜ ପଣ୍ଡା, ତରଣି ମେହେର, ଲଡୁ କିଶୋର ମଲ୍ଲିକ, ଦିଲ୍ଲୀପ ଭୁକ୍ତା, ପ୍ରଭାସ ମେହେର, ପ୍ରତ୍ୟୁଷ ମେହେର, ତ୍ରିଲୋଚନ ତରିଆ, ଶୁଶାନ୍ତ ସାହୁ, ଜୟନ୍ତ ବେହେରା, ଜୟ ନାରାୟଣ ସାହୁ, ଦେବାଶିଷ ମିଶ୍ର, ବିରମିତ୍ର ଦଣ୍ଡସେନା, ଅଜୟ ଭୋଇ ପ୍ରମୁଖ ସଙ୍ଗଠନ ର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.