ନୂଆପଡାରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ୩ ପ୍ରମୁଖ ଦଳ ବିଜେପି, ବିଜେଡି, କଂଗ୍ରେସ ତଥା ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ ମାରାଥନ ପ୍ରଚାର କରୁଛନ୍ତି। ୪୨ ° ଗ୍ରୀଷ୍ମ ତାତି, ବିଭିନ୍ନ ଅପହଞ୍ଚ ଗାଁ, ମାଓ ଅଧ୍ୟୁସିତ ଅଂଚଳ ହେଉ କି ରାତ୍ରି ସମୟ ପ୍ରାର୍ଥୀ ମଇଦାନ ଛାଡିବାକୁ ନାରାଜ। ଏହି ପରିପେକ୍ଷୀରେ ବିଜେପି ଗାଁ କୁ ଗାଁ ଯାଇ ଯାଦୁ ଖେଳ ସହିତ ଆଞ୍ଚଳିତ ଗୀତ ଆସରରେ ଜମାଇଛି ତାର ନିର୍ବାଚନୀ ପ୍ରଚାର। ଶନିବାର ବିଜେପିର ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଓ କଳାହାଣ୍ଡି ଲୋକସଭା ପ୍ରାର୍ଥୀନୀ ମାଳବିକା କେଶରୀ ଦେଓଙ୍କ ନିର୍ବାଚନୀ ପ୍ରଚାର ପାଇଁ ଦିନିକିଆ ଗ୍ରସ୍ତରେ ଆସିଥିଲେ କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ହେଲିକେପଟର ଯୋଗେ ପ୍ରଥମେ ଗୋତମା ଏୟାରଷ୍ଟ୍ରିଫରେ ଓଲ୍ହାଇଥିଲେ। ସେଠାରେ ତାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରେ ନୂଆପଡାରେ ମଧ୍ୟ ଶ୍ରୀ ଟୁଡୁଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହା ପରେ କୋମନା ବ୍ଲକ କୁରୁମପୁରୀ, ତରବୋଡ଼, ଉଦ୍ୟାନବନ୍ଦ ଠାରେ ବୈଠକ ଆୟୋଜିତ ହୋଇଥିଲା। ପରେ କୋମନା ବସଷ୍ଟାଣ୍ଟ ଠାରେ ଏକ ବିଶାଳ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ସେଠାରୁ ମନ୍ତ୍ରୀ ଶ୍ରୀ ଟୁଡୁ କୋମନା ବ୍ଲକ ଟିକ୍ରାପଡ଼ା, ଗଣ୍ଡାମେର, ଶୁକଲିମୁଣ୍ଡି, ଲଖନା ଗାଁରେ ଉଭୟ ଅଭିନନ୍ଦନ ଓ ମାଳବିକାଙ୍କ ପାଇଁ ଭୋଟ ଭିକ୍ଷା କର ନୂଆପଡା ଫେରି ଆସିଥିଲେ। ନୂଆପଡା ସହର ସିରତୋଲ ଠାରୁ ଏକତା ଛକ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ଉକ୍ତ ପଦଯାତ୍ରା ଏକତା ଛକ ଠାରେ ଏକ ନିର୍ବାଚନୀ ସଭାରେ ପରିବର୍ତ୍ତିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଏଠାରେ ମଧ୍ୟ ଉଭୟ ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କ ପାଇଁ ଭୋଟ ଭିକ୍ଷା କରି ଡବଲ ଇଂଜିନ ସରକାର ଗଢିବାକୁ ଜନତାଙ୍କୁ ନିବେଦନ କରିଥିଲେ। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ପୂର୍ବତନ କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ, ବିଜେପି ନେତା ସରୋଜ ସାହୁ, ସୁଶାନ୍ତ ପତି, ମୁନ୍ନା ମହାପାତ୍ର, ବୈରାଜ ସାହୁ, ଗୋଲାଡୀ ଅଗ୍ରୱାଲ, ଚତୁର୍ଭୁଜ ଶର୍ମା, ଦୃଷ୍ଟି ମାଝୀ, ଯୁବ ନେତା ହରିଶ ଚନ୍ଦ୍ର ପଣ୍ଡା, ସନ୍ଦୀପ ଚନ୍ଦ୍ରକାର, ପ୍ରେମ ଅଗ୍ରୱାଲ, ଟେକରାମ ସାହୁ, ନାରାୟଣ ସାହୁ, ହେମକୁମାର ସାହୁ, ଉମେଶ ସହିସ, ମହିଳା ନେତ୍ରୀ ସରିତା ସିଂ, ଶୁଚିସ୍ମିତା ପଣ୍ଡା, ଭୁବନେଶ୍ୱରୀ ଦଣ୍ଡସେନା, ପୂଜା ପଣ୍ଡା, ରାଜେଶ୍ୱରୀ ଠାକୁର, ସାବିତ୍ରୀ ସାହୁ, ରାଜେଶ୍ୱରୀ ସାହୁ, ସଂଗୀତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.