ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନାକୁ ସାଧାରଣ ପର୍ଯ୍ୟବେକ୍ଷକଙ୍କ ଗୁରୁତ୍ଵ

ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନାକୁ ସାଧାରଣ ପର୍ଯ୍ୟବେକ୍ଷକଙ୍କ ଗୁରୁତ୍ଵ

ଓଡିଆ ବାର୍ତ୍ତା/ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ଓ ପଦକ୍ଷେପ ଉପରେ ତର୍ଜମା କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିଛନ୍ତି ସାଧାରଣ ପର୍ଯ୍ୟବେକ୍ଷକ। ସଂସଦୀୟ କ୍ଷେତ୍ର ସାଧାରଣ ପର୍ଯ୍ୟବେକ୍ଷକ ରୂପେ ରଞ୍ଜନ ଭିଶାଲ, ଆଇଏଏସ ଜିଲ୍ଲା ଅନ୍ତର୍ଗତ ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ସଂକ୍ରାନ୍ତୀୟ ଆଇନ ଶୃଙ୍ଖଳା ବ୍ୟବସ୍ଥା, ଖର୍ଚ୍ଚ ହିସାବ ଓ ପରିଚାଳନା ତଥା ନିର୍ବାଚନ ସମ୍ପୃକ୍ତ ଅନ୍ୟାନ୍ୟ ବ୍ୟବସ୍ଥା ତଦାରଖ କୁ ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ରଞ୍ଜନ ଭିଶାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରୀମଲ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର , ବୀରମହାରାଜପୁର ବିଧାନସଭା ରିଟର୍ନିଙ୍ଗ ଅଧିକାରୀ ଉପଜିଲ୍ଲାପାଳ ଲଲାଟେନ୍ଦୁ ସି, ସୋନପୁର ବିଧାନସଭା ରିଟର୍ଣ୍ଣିଙ୍ଗ ଅଧିକାରୀ ତଥା ଉପଜିଲ୍ଲାପାଳ ସୁରଜ କୁମାର ପଟ୍ଟନାୟକ ଙ୍କ ସହ ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତ ନୋଡାଲ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନ୍ୟା ଦାସ ନିର୍ବାଚନ ପ୍ରସ୍ତୁତି ତଥା ପରିଚାଳନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାୱାର ପଏଣ୍ଟ ମାଧ୍ୟମରେ ବୈଠକରେ ଉପସ୍ଥାପନ କରିଥିଲେ।ସେ ଏହି ପରିପ୍ରେକ୍ଷୀରେ ପାୱାର ପଏନ୍ଟ ଦ୍ଵାରା ଜିଲ୍ଲାର ସମୁଦାୟ ବିଭିନ୍ନ ବର୍ଗର ଭୋଟର, ବୁଥ ତଥା ପ୍ରତ୍ୟେକ ବର୍ଗର ଭୋଟର ଙ୍କ ନିମନ୍ତେ ଶୃଙ୍ଖଳିତ ଓ ବ୍ୟବସ୍ଥିତ ମତଦାନ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା, ସେକ୍ଟର ଅଧିକାରୀ, ରୁଟ ପ୍ଲାନ, ଇଭିଏମ ପ୍ରସ୍ତୁତି, ଅଣୁ ପର୍ଯ୍ୟବେକ୍ଷକ, ନିର୍ବାଚନ ଖର୍ଚ୍ଚ ପରିଚାଳନା, ସି- ଭିଜିଲ , ଗଣମାଧ୍ୟମ ପ୍ରମାଣୀକରଣ ଓ ପରିଚାଳନା କକ୍ଷ, ପୋଷ୍ଟାଲ ବାଲାଟ, ହୋମ ଭୋଟିଂ, ଜିଲ୍ଲା ଅଭିଯୋଗ କକ୍ଷ ପ୍ରଭୁତିର ବ୍ୟବସ୍ଥା ଓ ପରିଚାଳନା ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ସେହିପରି ଆରକ୍ଷୀ ଅଧିକାରୀ ଶ୍ରୀ ୟସ ପ୍ରତାପ ଶ୍ରୀମଲ ଆଇନ ଶୃଙ୍ଖଳା ନିମନ୍ତେ ପୋଲିସ ମୁତୟନ, ନାକା ଓ ଚେକିଂ ପଏଣ୍ଟ, ଲାଇସେନ୍ସ ଅସ୍ତ୍ର ଜମା, ଫ୍ଲାଗ ମାର୍ଚ, ବେଆଇନ ନିଶା କାରବାର କୁ ରୋକିବା ନିମନ୍ତେ ପ୍ରସ୍ତୁତି ଓ କାର୍ଯ୍ୟକାରିତା ଆଦି ବିଷୟରେ ଅବଗତ କରାଇଥିଲେ । ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଭିଶାଳ ଉପସ୍ଥିତ ସମସ୍ତଙ୍କୁ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବା ଏବଂ ନିୟମର ଅନୁପାଳନ ପୂର୍ବକ ନିର୍ବାଚନ ପରିଚାଳନା କରିବା ବିଶେଷ ଗୁରୁତ୍ଵପୂର୍ଣ୍ଣ ବୋଲି ସୂଚୀତ କରିଥିଲେ । କୌଣସି ଭୁଲକୁ ପ୍ରଶୟ ନ ଦେବାକୁ ଏବଂ ଅଧିକ ରୁ ଅଧିକ ମତଦାନ ପାଇଁ ଜରୁରୀ ପଦକ୍ଷେପ ନେବାପାଇଁ ନିର୍ବାଚନରେ ସମ୍ପୃକ୍ତ ସମସ୍ତ ଅଧିକାରୀ ନିଷ୍ଠାପର, ନିରପେକ୍ଷ ଓ ଯତ୍ନବାନ ହେବାକୁ ପରାମର୍ଶ ଦେବା ସହ ଅଧିକାରୀଙ୍କୁ ନିର୍ବାଚନ ସମ୍ପୃକ୍ତି ଦାୟିତ୍ୱ ଉପରେ ପଚାରି ବୁଝିଥିଲେ। ସେହିପରି ଜିଲ୍ଲା ଅଭିଯୋଗ କକ୍ଷ, ଏମସିଏମସି କକ୍ଷ ସହ ୬୫-ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୬୪- ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଷ୍ଟ୍ରଙ୍ଗ ରୁମର ଆନୁସଙ୍ଗିକ ବ୍ୟବସ୍ଥା ବୁଲି ଦେଖିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.