ଦୁଇ ବସ ମୁହାଁମୁହିଁ ଧକ୍କା: ଚାଳକ ମୃତ, ୨୦ ଆହତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତକାଲି ସନ୍ଧ୍ୟାରେ ସୋନପୁର- ସମ୍ବଲପୁର ରାଜ୍ୟ ରାଜପଥର ଉଲୁଣ୍ଡା ନିକଟସ୍ଥ ଡୁଡୁପାଲି ଠାରେ ଦୁଇଟି ଘରୋଇ ବସ ମଧ୍ୟରେ ମୁହାଁମୁହି ଧକ୍କା ହୋଇଥିଲା। ସମ୍ବଲପୁର ପଟୁ ଆସୁଥିବା ଚକାଡୋଳା ବସ ଓ ସୋନପୁର ପଟରୁ ସମ୍ବଲପୁର ଯାଉଥିବା କରିଶ୍ମା (ପତି) ନାମକ ବସ ମୁହାମୁହିଁ ଧକ୍କା ହେବା ଫଳରେ ଚକାଡୋଳା ବସ ଚାଳକଙ୍କ ମୃତ୍ୟୁ ଘଟିଛି ଓ କରିସ୍ମା ବସ ର ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ମୃତ ଚାଳକ ପ୍ରଦୀପ (୫୩)ଙ୍କ ଘର ସମ୍ବଲପୁର ମୁଦିପଡା ବୋଲି ସୂଚନା ମିଳିଛି। ତେବେ ଆହତ ମାନଙ୍କୁ ସୋନପୁର ସଦର ଡାକ୍ତରଖାନା ଓ ଗୁରୁତରଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରା ଯାଇଥିଲା। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାର ନିର୍ବାଚନ କାର୍ଯ୍ୟ ପାଇଁ ସନ୍ଧ୍ୟାରେ ଚକାଡୋଳା ବସ ନେଇ ଚାଳକ ପ୍ରଦୀପ ସୋନପୁର- ବଲାଙ୍ଗୀର ସଡ଼କ ମାର୍ଗରେ କଳାହାଣ୍ଡିର ଧର୍ମଗଡକୁ ଯାଉଥିଲେ।ଚକାଡୋଳା ବସର ଡ୍ରାଇଭର ଘଟଣା ସ୍ଥଳରେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.