ବଜରଙ୍ଗ ଦଳ ସୋନପୁର ତରଫରୁ ରକ୍ତ ଦାନ ଶିବିର ଆୟୋଜିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ରକ୍ତର ଘୋର ଅଭାବକୁ ଦୃଷ୍ଟିରେ ରଖି ସୋନପୁର ନଗର ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ଯୁବ ସଙ୍ଗଠକ ତଥା ବଜରଙ୍ଗ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଅରବିନ୍ଦ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ହିମାଂଶୁ ଶେଖର ଗଡତିୟା ଯୋଗ ଦେଇ ସମସ୍ତ ରକ୍ତ ଦାତା ଓ ବଜରଙ୍ଗ ଦଳର କର୍ମୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ଜିତୁ ବଡମାଳୀଙ୍କ ନେତୃତ୍ୱରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଜିଲ୍ଲା ସହ ସଂଯୋଜକ ସୁବ୍ରତ ବାରିକ, ବାଲଗୋପାଳ ପଣ୍ଡା, ଆଶିଷ ଷଡ଼ଙ୍ଗୀ, ସୋନପୁର ପ୍ରଖଣ୍ଡ ପ୍ରମୁଖ ମୁନା ବଗର୍ତ୍ତୀ, ନଗର ବିଦ୍ୟାର୍ଥୀ ପ୍ରମୁଖ ଲିକୁନ ସାହୁ, ଜିଲ୍ଲା ବିଦ୍ୟାର୍ଥୀ ପ୍ରମୁଖ ସର୍ଜନ ପାଣ୍ଡେ, ଅଂଶୁମାନ ପଣ୍ଡା, ନେପାଲ ମହାକୁର, ଅମିତ୍ ମହାପାତ୍ର, ସୁନିଲ, ଉମା ଶଙ୍କର ମିଶ୍ର, ବଣ୍ଟି, ଉଜ୍ଜ୍ବଳ, ପ୍ରମୁଖ କର୍ମକର୍ତ୍ତା ରକ୍ତଦାନ କରିଥିଲେ। ଦୀପକ ମହାପାତ୍ର, ପିଣ୍ଟୁ ପଣ୍ଡା, ସୁବାସ ପଣ୍ଡା ପ୍ରମୁଖ ବରିଷ୍ଠ କାର୍ଯ୍ଯକର୍ତ୍ତା ରକ୍ତଦାନ କରି ଥିବା ନୂତନ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ରକ୍ତଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା ସମ୍ପୂର୍ଣ ସହଯୋଗ କରିଥିଲେ। ଜିଲ୍ଲା ରକ୍ତ କେନ୍ଦ୍ରର ଡ଼ା.ସରୋଜ ପଟେଲ, କାଉନସିଲର ଜଗତ ଦରୁଆନ୍, ଲେବ୍ ଟେକ୍ନିସିଆନ ଟିଟୁ ଭୋଇ, ଯୁଧିଷ୍ଟିର ନାଏକ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.