ସୁବର୍ଣ୍ଣପୁର ଜିଲ୍ଲାରେ ଦିବ୍ୟାଙ୍ଗ ଓ ବୟୋବୃଦ୍ଧ ମାନଙ୍କ ପାଇଁ ପୋଷ୍ଟାଲ୍ ବେଲଟ ମାଧ୍ୟମରେ ମତଦାନ ଗ୍ରହଣ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଚଳିତ ବର୍ଷ ଦେଶରେ ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ନିର୍ବାଚନ କମିଶନ ଦିବ୍ୟାଙ୍ଗ ଓ ବୟୋବୃଦ୍ଧ ମାନଙ୍କ ପାଇଁ ପୋଷ୍ଟାଲ୍ ବେଲଟ ମାଧ୍ୟମରେ ମତଦାନ ସୁବିଧାର ଆରମ୍ଭ କରିଛନ୍ତି। ଆଜି ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାରେ ୪୦ ପ୍ରତିଶତ ରୁ ଅଧିକ ଅକ୍ଷମତା ଥିବା ଦିବ୍ୟାଙ୍ଗ ଏବଂ ୮୫ ବର୍ଷ ରୁ ଅଧିକ ବୟୋବୃଦ୍ଧ ମାନଙ୍କ ପାଇଁ ପୋଷ୍ଟାଲ୍ ବେଲଟ ମାଧ୍ୟମରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ବର୍ଗର ଯେଉଁ ମାନେ ମତଦାନ କରିବା ପାଇଁ ଆଗ୍ରହୀ ଅଥଚ ଶାରୀରିକ ଅକ୍ଷମତା ପାଇଁ ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇ ପାରିବେ ନାହିଁ, ସେମାନେ ପୂର୍ବରୁ ୧୨- ଡି ଫର୍ମ ରେ ଏଥିପାଇଁ ଆବେଦନ କରିଥିଲେ। ଆଜି ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ରାଜେନ୍ଦ୍ର ମାଝୀଙ୍କ ତତ୍ୱାବଧାନରେ ସୋନପୁର ନିର୍ବାଚନ ମଣ୍ଡଳୀ ପାଇଁ ୫ଟି ଟିମ୍ ଏବଂ ବୀରମହାରାଜପୁର ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ପାଇଁ ୪ଟି ଟିମ୍ ନିର୍ଦ୍ଧିଷ୍ଟ ଗାଁ ଗାଁ ବୁଲି ମତଦାନ ଗ୍ରହଣ କରୁଛନ୍ତି। ପ୍ରତି ଟିମରେ ଦୁଇଜଣ ପୋଲିଂ ଅଫିସର, ଜଣେ ମାଇକ୍ରୋ ଅବଜାରଭର, ଜଣେ ଭିଡିଓ ଗ୍ରାଫର, ଦୁଇ ଜଣ ସିକୁରୀଟି ଗାର୍ଡ ରହି ଶାନ୍ତି ଶୃଙ୍ଖଳାର ସହିତ ପୋଷ୍ଟାଲ ମତଦାନ ଗ୍ରହଣ କରୁଛନ୍ତି। ଏହି ପ୍ରକ୍ରିୟାରେ ସମସ୍ତ ପ୍ରକାର ପାରଦର୍ଶିତା ଅନୁପାଳନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାର ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ବର୍ଗରେ ସମୁଦାୟ ୭୪ ଜଣ ମତଦାତା ରହିଛନ୍ତି। ୬୪- ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୨ ଜଣ ଵୟୋବୃଦ୍ଧ ଓ ୧୦ ଜଣ ଦିବ୍ୟାଙ୍ଗ ମତଦାତା ୧୨ ଡି ଫର୍ମରେ ଆବେଦନ କରିଛନ୍ତି। ସେହିପରି ୬୫ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩୮ ଜଣ ଵୟୋବୃଦ୍ଧ ମତଦାତା ଓ ୧୪ ଜଣ ଦିବ୍ୟାଙ୍ଗ ମତଦାତା ଫର୍ମ ୧୨ଡି ରେ ଆବେଦନ କରିଥିବା ସୂଚନା ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.