୨୮ରୁ ୨୪ ଆସନ ଜିତିବା ନେଇ ଦମ୍ଭୋକ୍ତି ଦେଖାଇଲା ବିଜେଡ଼ି : ବିଜେପି କହିଲା ୨୮ରୁ ୧୮ ଆମର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶାରେ ସୋମବାର ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିବା ପରେ ଆରମ୍ଭ ହୋଇଛି ବାକ ଯୁଦ୍ଧ । ବିଜେଡି ୨୮ରୁ ୨୪ ଆସନ ଜିତିବା ନେଇ ଦମ୍ଭୋକ୍ତି ଦେଖାଇବା ପରେ ବିଜେପି କହିଛି ପ୍ରଥମ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ୨୮ରୁ ୧୮ ଆସନରେ ଜିତିବ ଦଳ । ମଇ ୧୩ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହାର ଅଧିନରେ ଥିବା ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ପଡ଼ିଛି । ତେବେ ଏହି ୨୮ଟି ଆସନରୁ ୨୪ଟି ଆସନରେ ବିଜେଡି ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ପାଣ୍ଡିଆନ । ନବୀନଙ୍କ ଭଲ କାମ ଓ ଲୋକପ୍ରିୟତା ଯୋଗୁଁ ବିଜେଡି ଅଧିକରୁ ଆସନ ଜିତିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ପାଣ୍ଡିଆନ । ସେପଟେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ପଡ଼ିଥିବା ସମସ୍ତ ୪ଟି ଲୋକସଭା ଆସନ ଜିତିବା ସହ ୨୮ବିଧାନସଭା ଆସନରୁ ୧୮ଟି ବିଧାନସଭା ଜିତିବା ନେଇ ବିଜେପି ଦୃଢ଼ୋକ୍ତି ପ୍ରକାଶ କରିଛି । ଏପରିିକି ଆଗକୁ ରାଜ୍ୟରେ ବିଜେପି ସରକାର ଗଢ଼ିବା ସହ ୧୬ଟି ଲୋକସଭା ଆସନ ଜିତିବ ବୋଲି କହିଛନ୍ତି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ  ବିଜୟ ପାଲ ସିଂ ତୋମାର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.