ଓଡ଼ିଆ ବାର୍ତ୍ତା/ ଚେନ୍ନାଇ: ଆରସିବି ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସ ପରାଜୟ ବରଣ କରିବା ପରେ ଦଳର ପୋଷ୍ଟର ବୟ ତଥା କିମ୍ବଦନ୍ତୀ ଖେଳାଳି ଏମ୍ ଏସ୍ ଧୋନୀ ପିଚ ପ୍ରତିପକ୍ଷ ଖେଳାଳିଙ୍କ ସହ ହାତ ନମିଳାଇ ପିଚ ଛାଡ଼ିଥିଲେ। ବେଙ୍ଗାଲୁରୁ ଦଳ ବିପକ୍ଷରେ ୨୭ ରନରେ ପରାସ୍ତ ହେବା ପରେ ଚେନ୍ନାଇ ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗର ପ୍ଲେ ଅଫରୁ ବାଦ୍ ପଡ଼ିଛି।ମ୍ୟାଚ୍ ଶେଷ ହେବା ପରେ ଏମ୍ ଏସ୍ ଧୋନୀ ଆରସିବି ଦଳର ଖେଳାଳିଙ୍କ ସହ ହାତ ମିଳାଇନଥିଲେ। ଯାହା ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମ୍ୟାଚ୍ ଦେଖୁଥିବା ପ୍ରଶଂସକଙ୍କୁ ଚକିତ କରିଦେଇଛି। ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚରେ ସିଏସକେର ପରାଜୟ ପରେ ଧୋନୀ ନିଜ ଉପରେ ଅସନ୍ତୋଷ ଥିବା କୁହାଯାଉଛି। କାରଣ ଛକା ମାରିବାକୁ ଯାଇ ସେ କ୍ୟାଚ ଆଉଟ ହୋଇଥିଲେ। ଯାହା ବିଜୟୀ ହେବା ଆଶାକୁ ମଉଳାଇ ଦେଇଥିଲା।
After yesterday’s game #Dhoni was not even ready to shake hands with RCB players. was fan of him but this is really not a cool behaviour for such a star and senior cricketer.
Disgrace to say the least.#RCBvsCSK | #ViratKohli | #Bengaluru pic.twitter.com/OsYJNvKt1u
— Karthi (Modi Ka Parivar) (@SaffronSurge3) May 19, 2024
ୟଶ ଦୟାଲଙ୍କ ବିପକ୍ଷରେ ୧୧୦ ମିଟର ଛକା ମାରିବା ପରେ ଧୋନି ଶେଷ ଓଭରର ଦ୍ୱିତୀୟ ବଲରେ ଆଉଟ୍ ହୋଇଥିଲେ। ମାତ୍ର ୧୨ ବଲରୁ ୨୫ ରନରେ ବ୍ୟାଟିଂ କରୁଥିବା ବେଳେ ଧୋନୀ ଡିପ୍ ସ୍କୋୟାର ଲେଗରେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ। ଏହି ବିଜୟ ସହ ଆରସିବି ୧୪ ପଏଣ୍ଟ ସହ ଆଇପିଏଲ୍ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି।