ସର୍ଗୀଗୁଡା ନାମଯଜ୍ଞ ସ୍ଥଳରେ ପ୍ରାରମ୍ଭିକ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୨୦ ମଇ ସୋମବାର ସକାଳ ୭.୧୫ ରେ ସର୍ଗୀଗୁଡାର ବହୁ ପ୍ରସିଦ୍ଧ ୨୪ ପ୍ରହର ନାମାଯଜ୍ଞା ଆରମ୍ଭ ହେବ। ଏଥିପାଇ ରବିବାର ଅପରାହ୍ନ ୪ ଘଣ୍ଟା ସମୟରେ ସାନ୍ଦୁଲ ନଈରୁ କଳସ ଯାତ୍ରା ଅନୁଷ୍ଠିତ ହେବ। ଏହା ପୂର୍ବରୁ ଭକ୍ତିମୟ ପରିବେଶରେ ଯଜ୍ଞ ମଣ୍ଡପ ପାର୍ଶ୍ଵରେ ରହିଥିବା ଭୋଗ ମଣ୍ଡପରେ ଏକ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ୨୪ ପ୍ରହର ନାମଯଜ୍ଞର କର୍ତ୍ତା କିଶୋରୀମଣି ବେହେରା ଓ ଗୌରଚନ୍ଦ୍ର ବେହେରା ଦମ୍ପତି ଗାୟତ୍ରୀ ଯଜ୍ଞରେ ମଧ୍ୟ କର୍ତ୍ତା ଦାୟୀତ୍ବ ନିର୍ବାହନ କରି ଆହୁତି ପ୍ରଦାନ କରିଥିଲେ। ଜିଲ୍ଲା ସଂଯୋଜକ ତପନ ସାହୁଙ୍କ ନେତୃତ୍ୱରେ ନର୍ଲାରୋଡ ପ୍ରଜ୍ଞା ପରିବାରର ବରିଷ୍ଠ ସଦସ୍ୟ ଚକ୍ରଧର ସା, ତୀର୍ଥ ବୁଦ୍ଧିଆ, ଫକୀର ପଟେଲ, କବିରାଜ କରୁଆଁ ପ୍ରମୁଖ ମନ୍ତ୍ରୋଚ୍ଚାରଣ, ଆହୁତି ପ୍ରଦାନ, ହବନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନାମଯଜ୍ଞ ମଣ୍ଡପ ପ୍ରସ୍ତୁତି ଠାରୁ ଭକ୍ତିମୟ ପରିବେଶରେ ସାରା ସର୍ଗୀଗୁଡା ଗ୍ରାମର ଆବାଳ ବୃଦ୍ଧ ବନିତା ସମସ୍ତେ ଲାଗି ପଡ଼ିଥିବା ବେଳେ ଅପରାହ୍ନରେ କଳସ ଯାତ୍ରା ପୁର୍ବରୁ ଏକ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ପରିବେଶକୁ ଆହୁରି ଭକ୍ତିମୟ କରିଛି। ସଂଧ୍ୟାରେ ହେବାକୁ ଥିବା କଳସ ଯାତ୍ରାରେ ସମସ୍ତ ମା ଭଉଣୀ ଓ ଶ୍ରଦ୍ଧାଳୁ ଭକ୍ତ ଭାଇ ମାନେ ବହୁ ସଂଖ୍ୟାରେ ସାମିଲ ହୋଇ ରାଧାକୃଷ୍ଣଙ୍କ ବିଭୁକୃପା ଲାଭ କରନ୍ତୁ ବୋଲି ପରିଚାଳନା କମିଟି ତରଫରୁ ଆଗ୍ରହ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.