ଭାଟକୁମାରଡ଼ା ଗ୍ରାମରେ ପ୍ରଚାର ବେଳେ ବିଜେଡି ପାର୍ଥୀ ସୂର୍ଯ୍ୟମଣୀ ବୈଦ୍ୟଙ୍କୁ ବିରୋଧ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟ କୁମାରଡ଼ା ଗ୍ରାମରେ ବିଜେଡି ପାର୍ଥୀ ସୂର୍ଯ୍ୟ ମଣୀ ବୌଦ୍ୟଙ୍କୁ ଲୋକମାନେ ବିରୋଧ କରିବାର ଦେଖା ଦେଇଛି। ହାତରେ ଗରା, ମାଠିଆ, ରସ ଧରି ଗ୍ରାମବାସୀ ବିଧାୟିକା ଶ୍ରୀମତୀ ବୈଦ୍ୟଙ୍କୁ ଘୋର ବିରୋଧ  କରିଥିଲେ। କୁଆଡେ ଗଲା ତୁମର ମେଗା ପାନୀୟ ଜଳ ପ୍ରୋଜେକ୍ଟ ବୋଲି କହି ଏବେ କୁଆଡେ଼ ଆସିଛ, ତୁରନ୍ତଗାଡ଼ି ବୁଲାଇ ଫେରିଯିବାକୁ କହୁଥିବାର ଭିଡିଓ ଏବେ ଭାଇରଲ ହେଉଛି। ଦୀର୍ଘ ବର୍ଷ ହେଲା ଏହି ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳୁଛି। ପୂର୍ବତନ ବିଧାୟକ ଥିବା ପୂର୍ଣ୍ଣ ଚନ୍ଦ୍ର ସେଠିଙ୍କୁ ମଧ୍ୟ ଲୋକମାନେ ଗୁହାରି କରିଥିଲେ। ସେ ମଧ୍ୟ କରିବା, କରିବା କହି ୧୦ବର୍ଷ ବିତାଇଦେଇ ଥିଲେ। କିନ୍ତୁ ପାଣିର ସମାଧାନ ହୋଇନଥିଲା। ବିଶେଷ କରି ଖରାଦିନେ ଏହି ଗ୍ରାମବାସୀମାନେ ପାଣି ମୁନ୍ଦେ ପାଇଁ ଡହଳବିକଳ ହୋଇଥାନ୍ତି। ଟିୱେଲରେ ମଧ୍ୟ ପାଣୀ ଆସୁ ନଥିବାରୁ ଦୀର୍ଘ ସମୟ ଧରି ହେଣ୍ଡେଲକୁ ମାରିଲେ ସେଇଥିରୁ ଆସୁଥିବା ଜଙ୍କଯୁକ୍ତ ପାଣି ନେଇ ଲୋକମାନେ ତାଙ୍କ ଦୈନନ୍ଦିନ ଜୀବନର କାମ ଚଳାଇଥାନ୍ତି। ଏପଟେ ଲୋକେ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଥୁବା ବେଳେ ଜନ ପ୍ରତିନିଧି ମାନେ ଆଜାଦରେ ଘରେ ଏସିରେ ରହିଆରାମରେ ଶୋଇଥାନ୍ତି। ବର୍ଷେ ପୂର୍ବେ ପଞ୍ଚାୟତ ସମିତି ବୈଠକରେ ମଧ୍ୟ ଜଳସମସ୍ୟା ନେଇ ଅଭିଯୋଗ ହୋଇଥିଲା। ବ୍ଲକ ଅଧିକାରୀଙ୍କ ପ୍ରତିଶ୍ରୁତି ସତ୍ତ୍ୱେ କୌଣସି ସୁଫଳ ମିଳିନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ପ୍ରଚାର ବେଳେ ଅଞ୍ଚଳବାସୀ ପ୍ରବଳ ବିରୋଧ କରିଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.