ଆରମ୍ଭ ହେଲା ସର୍ଗିଗୁଡାର ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସର୍ଗିଗୁଡାର ବହୁ ପ୍ରସିଦ୍ଧ ୨୪ ପ୍ରହର ନାମଯଜ୍ଞ ଆଜି ସୋମବାର ସକାଳ ୭.୧୫ ରେ ଆରମ୍ଭ ହୋଇଛି। ସର୍ଗିଗୁଡା ବସ୍ତିପଡ଼ା ସଂକୀର୍ତ୍ତନ ଦଳ ନାମ ଆରମ୍ଭ କରିଛନ୍ତି। ସର୍ଗିଗୁଡାର ଦୁଇଗୋଟି ସଂକୀର୍ତ୍ତନ ମଣ୍ଡଳୀ ପ୍ରଥମ ପର୍ଯ୍ୟାୟରେ ପାଳି ଅନୁଯାୟୀ ପ୍ରହର ନେଉଥିବା ବେଳେ ପଡୋଶୀ ନର୍ଲା ସଙ୍କୀର୍ତ୍ତନ ମଣ୍ଡଳୀ ମଧ୍ୟ ପହଞ୍ଚି ସାରିଛନ୍ତି। ଏନେଇ ରବିବାର ସଂଧ୍ୟା ୫ ଘଣ୍ଟା ସମୟରେ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପରିଚାଳନା ସମିତିର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସଭାପତି ଭାବରେ ନାରାୟଣ ମାଝୀ, ଉପସଭାପତି ଜୟଦେବ ପୋଢ, ସାଧାରଣ ସମ୍ପାଦକ ଭାବରେ ଲଳିତ ପଧାନ, ଯୁଗ୍ମ ସମ୍ପାଦକ ଭାବରେ ସଞ୍ଜୟ ନାଏକ, ସଂକୀର୍ତ୍ତନ ପଧାନ ଓ ଶେଷଦେବ ପଧାନ, କୋଷାଧ୍ୟକ୍ଷ ଭାବରେ ଜତୀନ ସାହୁ ଦାୟୀତ୍ବ ନିର୍ବାହନ କରୁଛନ୍ତି। ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବରେ ବୀରକିଶୋର ମାଝୀ, ଗିରିଧାରୀ ଗଉଡ, ଜହରଲାଲ ବିଶ୍ୱାଳ, ଜଗମୋହନ ପଧାନ, ସନାତନ ବିଶ୍ୱାଳ, ଭକ୍ତଚରଣ ନାଏକ, ତ୍ରୀଲୋଚନ ନାଏକ ପ୍ରମୁଖ ରହି ନାମଯଜ୍ଞ ପରିଚାଳନା କରୁଛନ୍ତି। ଯଜ୍ଞକର୍ତ୍ତା ଭାବରେ କିଶୋରୀମଣି ବେହେରା ଓ ଗୌରଚନ୍ଦ୍ର ବେହେରା ଦମ୍ପଦି ଦାଇତ୍ୱ ନିର୍ବାହନ କରୁଥିବା ବେଳେ ମୁଖ୍ୟ ପୁଜକ ଭାବରେ ପଣ୍ଡିତ ପ୍ରଫୁଲ୍ଲ କୁମାର ସୁପକାର, ପାଚକ ଭାବରେ ନାରାୟଣ ପାଢୀ, ଜପକ ଭାବରେ ବୃନ୍ଦାବନ ମିଶ୍ର ଓ କୈଳାସ ଦାସ ଦାଇତ୍ୱ ନିର୍ବାହନ କରୁଥିବା ଜଣାପଡିଛି। ଅନ୍ନଛତ୍ର ପରିଚାଳନା ପାଇଁ ପାଚକ ଭାବରେ ସୁଶାନ୍ତ ମିଶ୍ର ଟିମକୁ କମିଟି ଦାଇତ୍ୱ ପ୍ରଦାନ କରିଛି। ପୂଜା ବିଭାଗ ଓ ଫୁଲ ଚନ୍ଦନ ଦାୟୀତ୍ୱରେ ବସନ୍ତ ପୋଢ଼, କୃଷ୍ଣ ପୋଢ଼, ଘନ ଭୋଇ, କବିରାଜ କରୁଆଁ, ଜଦୁ ମାଝୀ, ତମାଖୁର ମାଝୀ, ସୁଦାମ ଜାଲ ପ୍ରମୂଖ ରହିଥିବା ବେଳେ ଅନ୍ୟାନ୍ୟ ଦାୟୀତ୍ୱରେ ଲୋକନାଥ ବିଶ୍ଵାଳ, ଉତ୍ତଙ୍କ ନାଗ,ପଙ୍କଜ ପଧାନ, ବିନୟ ଭୋଇ, ସମୀର ନାଏକ, ଫକୀର ନାଗ, ସଙ୍କୀର୍ତ୍ତନ ପଧାନ, ପ୍ରଫୁଲ୍ଲ ନାଗ , ନିକୁଞ୍ଜ ନାଗ, ଚିଟା ପଧାନ, ଆଶିଷ ବିଶ୍ଵାଳ, କିଶୋର ନାଏକ, ସମୀର ନାଏକ, ମୋହନ ସାହୁ ପ୍ରମୁଖ ରହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଆୟୋଜକ ସର୍ଗିଗୁଡାର ଦୁଇଗୋଟି ଦଳ ସମେତ ୧୪ ଗୋଟି ସଂକୀର୍ତ୍ତନ ମଣ୍ଡଳୀକୁ ନିମନ୍ତ୍ରଣ କରିଛି ପରିଚାଳନା କମିଟି। ସର୍ଗିଗୁଡା(କ), ସର୍ଗିଗୁଡା(ଖ), ତୋରା, ସିନ୍ଧିମୁଣ୍ଡା, ଚନ୍ଦାହାଣ୍ଡି, ଟୁର୍ଚ୍ଚି, ଡୁମେରବାହାଲ, ଗରିଆବନ୍ଧ, ବୋରଗୁଡା, ଶାନ୍ତପୁର, ଉଦେପୁର (ଟିଟିଲାଗଡ), ବେହେରାପାଟି, ଡୁମାଲପଡା, ନର୍ଲା ପ୍ରମୁଖ ଦଳ ୨୪ ପ୍ରହର ନାମଯଜ୍ଞରେ ଅଂଶ ଗ୍ରହଣ କରିବେ ବୋଲି କମିଟି ସୂତ୍ରରୁ ଜଣାପଡିଛି। ବିଜୟ ପଣ୍ଡା, ଧିରୋଜ ପୋଢ, ରଘୁନାଥ ମାଝୀ, ପ୍ରହ୍ଲାଦ ଧରାଇ, ଚନ୍ଦନ ସୋନୀ, ଅଚ୍ୟୁତାନନ୍ଦ ଶତପଥି, ସଞ୍ଜୟ ସାହୁ, ନରସିଂହ ନାଗ, ଶ୍ରୀଧର ହେର୍ଣ୍ଣା, ସୁଧାଂଶୁ ଗହୀର, କାନ୍ତ ସା, ଜିତୁ ନାଗ, ନିତ୍ୟାନନ୍ଦ ଗଉଡ, ଚାରୁଚନ୍ଦ୍ର ଛୁରିଆ, ପ୍ରସନ୍ନ ପୁଜାରୀ ଭଳି ସଂକୀର୍ତ୍ତନ ଗୁରୁଙ୍କ ସମାଗମ ହେଉଥିବାରୁ ଚଳିତ ବର୍ଷର ସର୍ଗିଗୁଡା ୨୪ ପ୍ରହର ନାମଯଜ୍ଞ ଖୁବ ଜମିବ ବୋଲି ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। ମଇ ୨୦ ରୁ ୨୩ ତିନିଦିନ ଧରି ନାଯଜ୍ଞ ଚାଲିବାକୁ ରହିଥିବା ବେଳେ ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ପାନୀୟ ଜଳର ସୁବ୍ୟବସ୍ଥା ଓ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି ସଭାପତି ନାରାୟଣ ମାଝୀ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.